ଯାଜପୁର: ଯାଜପୁର ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥ ଜାରକା ସଙ୍ଖାରିଡିହ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଏକ ଆଇଚର ରାସ୍ତା ଉପରେ ଛିଡା ହୋଇଥିବା ପଛପଟୁ ପିଟିଲା ଟ୍ରକ । ଭାରସାମ୍ୟ ହରାଇ ଟ୍ରକଟି ଆଇଚର ଗାଡି ପଛରୁ ଧକ୍କା ଦେଇଥିଲା ଫଳରେ ଟ୍ରକ ପଛରେ ଆସୁଥିବା ୨ ଜଣ ବାଇକ ଆରୋହୀ ଟ୍ରକରେ ପିଟି ହୋଇ ଯାଇଥିଲେ । ଆହତଙ୍କୁ ପ୍ରଥମେ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଦୁଇଜଣ ହେଉଛନ୍ତି ବିଞ୍ଝାରପୁର ଅଞ୍ଚଳର ବିଜୟ ବେହେରା, ଏବଂ ମାନସୀ ବେହେରା ବୋଲି ଧର୍ମଶାଳା ପୋଲିସ ସୂଚନା ଦେଇଛି । ଘଟଣାସ୍ଳଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଚଳାଇଭଆ ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଆଇଚର ଗାଡିକୁ ଜବତ କରାଯାଇଛି । ଧକ୍କା ଦେଇଥିବା ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।