33.1 C
Bhubaneswar
Friday, February 27, 2026
Homeଓଡିଶାପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଓ ମାଲ୍ୟାର୍ପଣ

ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଓ ମାଲ୍ୟାର୍ପଣ

ଭୁବନେଶ୍ୱର: ଗାନ୍ଧୀବାଦୀ ଆଦର୍ଶର ପ୍ରମୁଖ ପ୍ରବକ୍ତା, ସମାଜସଂସ୍କାରକ ଓ ଶିକ୍ଷାବିତ୍ ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗରିମାମୟ ପରିବେଶରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସ୍ୱାଧୀନତା ସଂଗ୍ରାମ ଓ ଗାନ୍ଧୀବାଦୀ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିବା ଆଚାର୍ଯ୍ୟ ହରିହର ଦାସ ସରଳତା, ନୈତିକତା ଓ ସମାଜସେବାକୁ ଜୀବନର ମୂଳ ମନ୍ତ୍ର ଭାବେ ଅନୁସରଣ କରିଥିଲେ। ଶିକ୍ଷା ପ୍ରସାର ଓ ସମାଜସଂସ୍କାରରେ ତାଙ୍କ ଅବଦାନ ଆଜିମଧ୍ୟ ସମାଜକୁ ପ୍ରେରଣା ଦେଉଛି।ସକାଳ ଘ. ୮.୩୦ ମିନିଟ୍ ସମୟରେ ଆଚାର୍ଯ୍ୟ ବିହାର, ଭୁବନେଶ୍ୱରସ୍ଥିତ ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍‌ବୀର୍‌ ସିଂ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀ ଭାଗବତ ଦାଶ, ସମ୍ପାଦକ ଓ ପରିଷଦର ସଦସ୍ୟମାନଙ୍କ ସହିତ ବହୁ ବରିଷ୍ଟ ନାଗରିକ ଏବଂ ଅନେକ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।ଉପସ୍ଥିତ ଅତିଥିମାନେ ଆଚାର୍ଯ୍ୟ ହରିହରଙ୍କ ସରଳ ଜୀବନ, ନିଷ୍ଠାପୂର୍ଣ୍ଣ ସମାଜସେବା ଓ ନୈତିକ ଆଦର୍ଶକୁ ସ୍ମରଣ କରିଥିଲେ। ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହରଙ୍କ ଜୀବନଦର୍ଶନ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାସ୍ତ୍ରୋତ ହୋଇ ରହିବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking