21.1 C
Bhubaneswar
Wednesday, December 17, 2025
Homeଓଡିଶାଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି 

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ବର: ଆଜି ଦେଶବ୍ୟାପୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ରାଜ୍ଯ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରା ଯାଇଛି । ଏହି ଉପଲକ୍ଷେ ଗୁରୁବାର ପୂର୍ବାହ୍ନରେ ଜୟଦେବ ଭବନ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଇନ୍ଦିରା ଗାନ୍ଧୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶ୍ରୀ ସାମଲ ଶ୍ରୀମତୀ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ, ଜନତାଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ଓ ସ୍ୱାଧୀନ ଭାରତକୁ ସୁଦୃଢ଼ କରିବାରେ ତାଙ୍କର ମୂଲ୍ୟବାନ ଭୂମିକା ଉପରେ ସ୍ମୃତି ଚାରଣ କରିଥିଲେ ।

କାର୍ଯ୍ୟକ୍ରମରେ ବିଭାଗର ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦିର୍ଶିନୀ,ଅର୍ଥ ପରାମର୍ଶଦାତା ପୃଥ୍ବୀରାଜ ପାଣି, ସହକାରୀ ଲୋକ ସମ୍ପର୍କ ଅଧିକାରୀ ପ୍ରମୋଦିନୀ ଟେଟେ ଏବଂ ଜୟଦେବ ଭବନର ପରିଚାଳକ ସରୋଜ କୁମାର ଶତପଥୀଙ୍କ ସମେତ ବିଭାଗର ଅନ୍ଯାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶ, ତ୍ୟାଗ ଓ ଅଦମ୍ୟ ସାହସ ଏବଂ ଭାରତର ପ୍ରଗତିରେ ତାଙ୍କର ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking