35.1 C
Bhubaneswar
Monday, March 23, 2026
Homeଓଡିଶାପ୍ରଦେଶ କଂଗ୍ରେସ ତରଫରୁ ହୋଇଛି ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

ପ୍ରଦେଶ କଂଗ୍ରେସ ତରଫରୁ ହୋଇଛି ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

ଭୁବନେଶ୍ୱର: ବାଲେଶ୍ବରର ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି। ଏହି ଅବସରରେ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ଜଗନ୍ନାଥ ପଟ୍ଟନାୟକ,ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର ,ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ,ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାଶ ଏବଂ ବହୁ ମହିଳା କଂଗେସ ନେତ୍ରୀ ବାଲେଶ୍ଵରର ଦିବଂଗତା ଛାତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ବଳଙ୍ଗା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ୧ ମିନିଟ ନୀରବ ପ୍ରାର୍ଥନା କରିଥିଲେ।

ଅନୁରୂପ ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ମୁଖ୍ୟ ଗେଟ ସମ୍ମୁଖରେ ପିସିସି ସଭାପତି ମଧ୍ୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ କହିଛନ୍ତି, ରାଜ୍ୟରେ ନାରୀଙ୍କ ଉପରେ ଅତ୍ୟାଚାରକୁ ରୋକିବା ପାଇଁ ଜନ ଜାଗରଣର ଆବଶ୍ୟକତା ରହିଛି। ବାଲେଶ୍ୱର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ, ନାରୀ ସମାଜ ଉପରେ ହେଉଥିବା ଲଜ୍ୟାଜନକ ଅତ୍ୟାଚାର ବିରୁଦ୍ଧରେ ନ୍ୟାୟ ପାଇଁ ଏବଂ ବଳଙ୍ଗା ପୀଡ଼ିତାଙ୍କ ଆସୁ ଆରୋଗ୍ୟ ପାଇଁ ଗୋଟିଏ ମିନିଟ ଆଜି ୯ ଟା ବେଳେ କଂଗ୍ରେସ ଭବନ ସମେତ ରାଜ୍ୟବ୍ୟାପୀ ପାର୍ଥନା କରାଯାଇଥିଲା। ବାଲେଶ୍ୱର ପୀଡିତାଙ୍କ ପାଇଁ ପ୍ରତୀତାତ୍ମକ ଭାବେ ଆଜି ବାଣୀବିହାର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ପ୍ରାର୍ଥନା ସଭା କରିଛୁ ।ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, ସଂଗଠନ ଏବଂ ସମସ୍ତ ମହିଳା ସମାଜକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀଯୁକ୍ତ ଦାସ।

ପିସିସି ସଭାପତି ସୁଧାଂଶୁ ଦେଓ ଓ ବାଣୀବିହାର ଛାତ୍ର ସଂସଦ ର ପୂର୍ବତନ ସଭାପତି ଆଇନଜୀବୀ ହିମାଂଶୁ ଲେଙ୍କାଙ୍କ ତତ୍ବାବଧାନରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖପାତ୍ର ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ରଜନୀ ମହାନ୍ତି, ରାଜୀବ ପଟ୍ଟନାୟକ, ସୁବ୍ରତ ମହାପାତ୍ର,ଗୀତାଞ୍ଜଳି ମହାନ୍ତି, ଜୟଶ୍ରୀ ପାତ୍ର,ପ୍ରଣତି ମିଶ୍ର, ଅଶୋକ ଦାସ, ପ୍ରଶାନ୍ତ ଚଂପତି,ପ୍ରଶାନ୍ତ ଶତପଥୀ,କୃଷ୍ଣଚନ୍ଦ୍ର ପତି, ପୁଷ୍ପିତା ଦାସ, ଅଜୟ ମହାପାତ୍ର, ସୁଶାନ୍ତ ତ୍ରିପାଠୀ,ନିରଞ୍ଜନ ନାୟକ,କୁସୁମ ପ୍ରଧାନ,ଚିନ୍ମୟ ସୁନ୍ଦର ଦାଶ, କିଶୋର ଜେନା,ମନୋରଞ୍ଜନ ଦାସ,ଦୀପକ ସାହୁ,କୈଳାଶ ସାହୁ, ମଣ୍ଟୁ ମଲ୍ଲିକ, ଶ୍ରେୟା ମହାନ୍ତି, ଶ୍ରୀୟାସ୍ମିତା ପଣ୍ଡା,ଅମିତା ବିଶ୍ଵାଳ, ସୁନିତା ବିଶ୍ଵାଳ,ମିହିର ଆଚାର୍ଯ୍ୟ,ପ୍ରକାଶ ଜେନା,ଜୟକୃଷ୍ଣ ସୁବୁଦ୍ଧି,ପ୍ରସନ୍ନ ନାୟକ, ଦେବାଶିଷ ଦାସ, ଆଦିତ୍ୟ ପ୍ରିତମ ଦାସ, ସୌମ୍ୟ ରଂଜନ ଜେନା, ଜ୍ୟୋତି ମହାନ୍ତି ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking