21.1 C
Bhubaneswar
Saturday, February 14, 2026
Homeଓଡିଶାଜାନୁଆରୀ ୫ରୁ ‘ଆଦିବାସୀ ମେଳା-୨୦୨୫’

ଜାନୁଆରୀ ୫ରୁ ‘ଆଦିବାସୀ ମେଳା-୨୦୨୫’

ଭୁବନେଶ୍ୱର: ଚଳିତବର୍ଷ ଜାନୁଆରୀ ୫ ତାରିଖରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୫’। ଚଳିତ ବର୍ଷ ମେଳା ପରିସରରେ ୧୦୭ଟି ଷ୍ଟଲ୍‌ରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରିବଟା ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ୧୦ଟି ଘର ବା ଆଦିବାସୀ ଗ୍ରାମରେ ଝଲସିବ ଜନଜାଜତିଙ୍କ ଜୀବନଶୈଳୀ। ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ମେଳାର ଆକର୍ଷଣ ପାଲଟିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଚଳିତବର୍ଷ ନୂଆକରି ମେଳା ପରିସରରେ ନିର୍ମାଣ କରାଯିବ ‘ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ’। ଏହି ଗ୍ୟାଲେରୀରେ ଜନଜାତି ସମ୍ପ୍ରଦାୟର ପ୍ରାୟ ୧୫ଜଣ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ, ଜୀବନୀ ଓ ସେମାନଙ୍କ ବୀରତ୍ୱର କାହାଣୀ ପ୍ରଦର୍ଶିତ ହେବ। ଏହାସହ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ମଧ୍ୟ ରହିବ। ତେବେ ଚଳିତ ବର୍ଷ ମେଳା ପରିସରରେ ଆଦିବାସୀ ସମ୍ପ୍ରଦାୟକଙ୍କ ବିଭିନ୍ନ ପାରମ୍ପରିକ ଖାଦ୍ୟ ଷ୍ଟଲ୍ ଖୋଲାଯିବ। ଆଦିବାସୀଙ୍କ ଗାଁ, ଆଦିବାସୀଙ୍କ ଘର, ଆଦିବାସୀଙ୍କ ହାଟ ଆଦିର କୃତ୍ରିମ ସାଜସଜ୍ଜା ଓ ନିର୍ମାଣ ସହ ପ୍ରତି ସନ୍ଧ୍ୟାରେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟଗୀତ, ବାଦ୍ୟଯନ୍ତ୍ର ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ପ୍ରଥମଥର ଭୁବନେଶ୍ୱରରେ “ପ୍ରବାସୀ ଭାରତୀୟ ସମ୍ମିଳନୀ’ ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାରୁ ଏହି ସମୟରେ ରାଜ୍ୟ ସରକାର ଆଦିବାସୀ ମେଳା ଆୟୋଜନ କରି ଓଡ଼ିଶାର ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking