28.1 C
Bhubaneswar
Wednesday, February 4, 2026
Homeଓଡିଶାକାଉ ମିଳନ ଦେଖିଲେ ବୋଲି ଦୁଇ ଯୁବକଙ୍କୁ ମୃତ ଘୋଷଣା କଲେ ଆଦିବାସୀ ସମାଜ

କାଉ ମିଳନ ଦେଖିଲେ ବୋଲି ଦୁଇ ଯୁବକଙ୍କୁ ମୃତ ଘୋଷଣା କଲେ ଆଦିବାସୀ ସମାଜ

କୋରାପୁଟ: ବିଜ୍ଞାନ ଯୁଗରେ ବି ଦୂର ହେଉନି ଅନ୍ଧ ବିଶ୍ୱାସ। ୨୦୨୫ରେ ବି ପୁରୁଣା ବିଶ୍ବାସକୁ ଜାବୁଡ଼ି ଧରି ବସିଛନ୍ତି ଲୋକେ। ଏମିତି ଏକ ଅନ୍ଧବିଶ୍ୱାସର ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପାତ୍ରଗୁଡ଼ା ଗାଁରେ। ଦୁଇଟି କାଉର ମିଳନ ଦେଖିବା ପରେ ଦୁଇ ଯୁବକ  ଜୀଇଁ ଥାଉ ଥାଉ ମୃତ ବୋଲି ଘୋଷଣା କରିଥିଲେ ପରିବାର ଲୋକେ। କାଉ ମିଳନ ଦେଖିଲେ, କାଳେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ବୋଲି କୋରାପୁଟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନ୍ଧବିଶ୍ବାସ ରହିଛି।

ତେଣୁ ପ୍ରତିକାର ସ୍ବରୂପ, ସେହି ବ୍ୟକ୍ତିଙ୍କୁ ବଂଚି ଥାଉ ଥାଉ ତୁରନ୍ତ ମୃତ ଘୋଷଣା କରାଯାଏ ଆଉ ମୃତ୍ୟୁ ପରର ରୀତିନୀତି ବି ପାଳନ କରାଯାଏ। ସେହି ଅନ୍ଧବିଶ୍ବାସ ଅନୁସାରେ ପାତ୍ରଗୁଡ଼ା ଗାଆଁରେ ମଧ୍ୟ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା। ପରେ ଦୁଇ ଯୁବକ କୁଶପୁତ୍ତଳିକାକୁ କୋକେଇରେ ଶୁଇ ଶବ ନେବା ଭଳି ନିଆଯାଇଥିଲା। ଯାହାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଏପଟେ ଶୁଦ୍ଧିକ୍ରିୟା ପରେ ପରିବାର ଓ ସମ୍ପର୍କୀୟ ପିତା ମଧ୍ୟ ଖାଇଥିଲେ। ପରେ ବାହାରେ ଥିବା ଦୁଇ ଯୁବକଙ୍କୁ ଘରକୁ ଅଣାଯାଇଥିଲା। ଜୟପୁର ସହରଠୁ ମାତ୍ର ୧୦ କିଲୋମିଟର ଦୂରରେ ଏ ଘଟଣା ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking