ନୂଆଦିଲ୍ଲୀ: ଆଜିକାଲି ନେଲପଲିସ ଲଗାଇବା ପାଇଁ ସମସ୍ତେ ଭଲ ପାଆନ୍ତି । ବଜାରରେ ଏହାର ଚାହିଦା ବେଶ ଭଲ ରହିଛି । ହେଲେ ଏବେ ସୋସିଆଲ ମିଡିଆରେ ଗ୍ରୀନ ନେଲ ଥିଓରି ବିଷୟରେ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା ଏହି ଗ୍ରୀନ ନେଲ ଥିଓରି କଣ । ନେଲରେ ସବୁଜ ନେଲପଲିସ ଲଗାଇବା କେବଳ ଏକ ଫ୍ୟାଶନ ନୁହେଁ । ବରଂ ଏହା ଧନ , ଶାନ୍ତି ଓ ସ୍ୱାସ୍ଥ୍ୟ ଏବଂ ସୌଭାଗ୍ୟକୁ ଆକର୍ଷିତ କରିଥାଏ । ସବୁଜ ରଙ୍ଗକୁ ଶକ୍ତି , ଆରୋଗ୍ୟ ଚାପମୁକ୍ତି ସହିତ ଜଡିତ ବୋଲି ବିବେଚନା କରାଯାଏ । ଏହି କାରଣରୁ ଡାକ୍ତରଖାନାରେ ନୀଳ ରଙ୍ଗର କପଡା ବ୍ୟବହାର କରନ୍ତି । ଯାହା ଦ୍ୱାରା ରୋଗୀମାନେ ଭଲ ଅନୁଭବ କରିବେ । ସେହିପରି ରେଡ ଏଣ୍ଡ ବ୍ଲ୍ୟୁ ନେଲ ଥିଓରି ଜୀବନରେ ପ୍ରେମ ଆଣିଥାଏ । ଗୁଗୁଲର ମାର୍ଚ୍ଚ ବ୍ୟୁଟି ରିପୋର୍ଟ ଅନୁଯାୟୀ , ନେଲ ଥିଓରି ପାଇଁ ସନ୍ଧାନରେ ହଠାତ ବୃଦ୍ଧି ଘଟିଛି । ଓରା ମେରର ପ୍ରତିଷ୍ଠାତା ଏବଂ ଜଣେ ମାନସିକ ଚିକିତ୍ସା ବିଶେଷଜ୍ଞ ରାଚେଲ ଅନଫେଟର କହୁଛନ୍ତି ଯେ, ଆପଣ ଯେଉଁ ରଙ୍ଗର ବି ନେଲପଲିସ ବାଛନ୍ତୁ, ତାହା ଆପଣଙ୍କ ଭିତରର ଶକ୍ତି ଏବଂ ଉଦ୍ଦେଶ୍ୟକୁ ପ୍ରତିଫଳିତ କରେ । ସବୁଜ ରଙ୍ଗ ଆପଣଙ୍କ ଭିତରେ ସଫଳତା ଏବଂ ସକରାତ୍ମକ ଚିନ୍ତାଧାରାକୁ ଜନ୍ମ ଦିଏ । କଳା ରଙ୍ଗର ନେଲ ପଲିସ ଲଗାଇବା ଦ୍ୱାରା ଶକ୍ତି ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରେ । ଧଳା ରଙ୍ଗର ନେଲପଲିସ ଲଗାଇବା ଦ୍ୱାରା ଅନ୍ୟମାନଙ୍କ ସହ ମିଶିବାକୁ ପ୍ରସ୍ତୁତ ହେବାର ସଙ୍କେତ ଦେଇଥାଏ । ଗୋଲାପୀ ରଙ୍ଗର ନେଲପଲିସ ଲଗାଇବା ଦ୍ୱାରା ନାରୀତ୍ୱ ଏବଂ କୋମଳତାର ପ୍ରତୀକ ଦେଖାଦେଇଥାଏ ।