31.1 C
Bhubaneswar
Friday, February 6, 2026
Homeଓଡିଶା୭୭ତମ ଏନ୍ ସି ସି ଦିବସ ଉପଲକ୍ଷେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ 

୭୭ତମ ଏନ୍ ସି ସି ଦିବସ ଉପଲକ୍ଷେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ 

ଯାଜପୁର: ଗୁରୁବାର ୭୭ତମ ଏନ୍ ସି ସି ଦିବସ ପାଳନ ଉପଲକ୍ଷେ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ନେତୃତ୍ବରେ ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଏନ୍ ସି ସି କ୍ୟାଡେଟ ମାନଙ୍କ ଦ୍ବାରା କଲେଜ୍ ପରିସରରେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ଉଦ୍ଘାଟନ କରିଥିଲେ। ଏଥିରେ ୧୫୦ ରୁ ଉର୍ଦ୍ଧ୍ବ ଏନ୍ ସି ସି କ୍ୟାଡେଟ ଅଂଶଗ୍ରହଣ କରି କଲେଜର ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି ଗ୍ରନ୍ଥାଗାର ପର୍ଯ୍ୟନ୍ତ ଓ କଲେଜ ର ଖେଳପଡିଆକୁ ସଫା କରିଥିଲେ। ଶେଷରେ ଖେଳ ପଡିଆ ର ଚତୁଃପାର୍ଶ୍ଵରେ ବୃକ୍ଷ ରୋପଣ କରା ଯାଇଥିଲା। ଏଥିରେ ଏନ୍ ସି ସି ଅଫିସର ଶ୍ରୀଯୁକ୍ତ ସ୍ବାଇଁ ଙ୍କ ସହିତ ଅଧ୍ୟାପକ ବିବେକାନନ୍ଦ ଜେନା ଓ ତାପଶ କୁମାର ପଣ୍ଡା ଅଂଶ ଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଏସ ୟୁ ଓ ବିଶ୍ୱଜିତ୍ ଲାହା, ଶୁଭମ୍ କୁମାର ସ୍ବାଇଁ ଓ ଜଶବିନ୍ଦର କାଉର ଏବଂ ଜେ ୟୁ ଓ ପାୟଲ ଜେନା, ପରେଶ ପ୍ରଧାନ ପ୍ରମୁଖ କ୍ୟାଡେଟ ମାନେ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking