ପୁରୀ: ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୭୫ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । କଲେଜର ହୀରକ ଜୟନ୍ତୀ ଉତ୍ସବ ରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାର୍ଷିକ ଉତ୍ସବ ଆରମ୍ଭ ହୋଇଥିବା ବେଳେ , ରାଷ୍ଟ୍ରପତି ଏବେ ଅଭିଭାଷଣ ଦେଇ କହିଛନ୍ତି, ରୋଗ ପାଇଁ ଚିକିତ୍ସା ଉପାୟ ରହିଛି ଆୟୁର୍ବେଦରେ । ଛାତ୍ର ଛାତ୍ରୀ ଆୟୁର୍ବେଦରେ ଅଧିକ ଗଣେଷଣ କରିବେବି ମୋର ଆଶା ଅଛି । ସଂଗ୍ରାଳୟ ଓ ଘରେ ଏବେ ବି ଅନେକ ତାଳପତ୍ର ଓ ପୋଥି ରହିଛି । ତାଳପତ୍ର ପୋଥିରେ ଆୟୁର୍ବେଦ ଚିକିତ୍ସାର ଅନେକ ଅବଦାନ ରହିଛି । ଛାତ୍ର ଛାତ୍ରୀ ଅଧିକ ଗବେଷଣା କରି ଲୋକ ଲୋଚନ କୁ ଆଣିବେ ବୋଲି ମୋର ଆଶା । ଦେଶ ବିଦେଶରେ ଯୋଗ ଓ ଆୟୁର୍ବେଦ ଶିଖିବାକୁ ଇଛା କରୁଛନ୍ତି । ଖାଦ୍ୟ ପେୟର ସଂଯୋଗ କରି ଆମେ ସୁସ୍ଥ ରହିପାରିବା । ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା ବୋଲି ରାଷ୍ଟ୍ରପତି ବକ୍ତବ୍ୟ ରହିଛନ୍ତି ।