23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶନକଲି ପାସ ପୋର୍ଟରେ ବିଦେଶ ଭ୍ରମଣ : ୧ ଗିରଫ

ନକଲି ପାସ ପୋର୍ଟରେ ବିଦେଶ ଭ୍ରମଣ : ୧ ଗିରଫ

ନୂଆଦିଲ୍ଲୀ: ବେଆଇନ ଏଜେଣ୍ଟଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ଦିଲ୍ଲୀର ଆଇଜିଆଇ ବିମାନବନ୍ଦର ପୁଲିସ ଆଜି ଏକ ବଡ଼ ସଫଳତା ହାସଲ କରିଛି। ପ୍ରକାଶ ଥାଉ କି ଯେ, ଆଇଜି ବିମାନବନ୍ଦର ପୁଲିସ ହରିୟାଣାର ଜଣେ ଏଜେଣ୍ଟ ଅବତାର ସିଂଙ୍କୁ ଗିରଫ କରିଛି ଯିଏ ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଉଥିଲା। ଜଣେ ବ୍ୟକ୍ତିଙ୍କୁ ପାନାମାକୁ ପଠାଇବା ପାଇଁ ଅଭିଯୁକ୍ତ ଏଜେଣ୍ଟ ଅନ୍ୟ କାହାର ପାସପୋର୍ଟ ପ୍ରସ୍ତୁତ କରିଥିଲେ। ଡିସିପି ଉଷା ରଙ୍ଗାନାନୀଙ୍କ ଅନୁଯାୟୀ, ନଭେମ୍ବର ୨୦, ୨୦୨୪ରେ ଜଣେ ବ୍ୟକ୍ତି ବିକ୍ରମଜିତ ମାଲ୍ଟାନୀଙ୍କ ନାମରେ ପାସପୋର୍ଟ ନେଇ ପାନାମାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ପହଞ୍ଚିଥିଲେ।ଇମିଗ୍ରେସନ କ୍ଲିୟରାନ୍ସ ସମୟରେ ତାଙ୍କ ପରିଚୟ ସନ୍ଦେହଜନକ ବୋଲି ଜଣାପଡିଥିଲା । ଯେତେବେଳେ ତାଙ୍କର ପାସପୋର୍ଟ ଏବଂ ଅନ୍ୟାନ୍ୟ ଦଲିଲ ଯାଞ୍ଚ କରାଯାଇଥିଲା, ସେତେବେଳେ ଜଣାପଡ଼ିଲା ଯେ ତାଙ୍କର ପ୍ରକୃତ ନାମ ହେଉଛି ଗୁରୁବିନ୍ଦର ପାଲ ସିଂ।ସେହି ଏଜେଣ୍ଟ ତାଙ୍କ ପାଇଁ ଅକ୍ଟୋବର ୨୦୨୪ରେ ପାନାମାରେ ବେଆଇନ ପ୍ରବେଶର ବ୍ୟବସ୍ଥା କରିଥିଲେ କିନ୍ତୁ ସେ ପାନାମାରେ ଧରାପଡିଥିଲେ। ଯେଉଁଠାରୁ ତାଙ୍କୁ ନିର୍ବାସିତ କରାଯାଇ ଭାରତକୁ ପଠାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking