25.1 C
Bhubaneswar
Monday, January 12, 2026
Homeଓଡିଶାରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ

ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ

ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣାର ଚାଲିଛି କାରଣ ଖୋଜା । ଆଜି ଦ୍ୱିତୀୟ ଦିନରେ ଚାଲିଛି ସରଜମିନ ତଦନ୍ତ । ଦୁର୍ଘଟଣାସ୍ଥଳରେ ପହଞ୍ଚି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅନୁଧ୍ୟାନ କରିଛନ୍ତି । ଏହି ଦୁର୍ଘଟଣାକୁ ଅଭାବନୀୟ ବୋଲି କହିଛନ୍ତି ମନ୍ତ୍ରୀ । ଏହା ସହ ସେ କହିଛନ୍ତି ଯେ ଦୁର୍ଘଟଣାରେ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ। କାହିଁକି ଏଭଳି ଦୁର୍ଘଟଣା ଘଟିଲା ସେଥିପାଇଁ ଆମେ ଚିନ୍ତିତ। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ, ସେ ନେଇ ତଦନ୍ତ ଚାଲିଛି। ବିମାନଟି କେମିତି ଓ କେଉଁ ପରିସ୍ଥିତିରେ ଫୋର୍ସ ଲାଣ୍ଡିଂ କରିଥିଲା, ସେ ନେଇ ଆଜି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ।

ସୂଚନାଯୋଗ୍ୟ, ଗତକାଲି ଗ୍ରାଉଣ୍ଡକୁ ଯାଇ ସରଜମିନ୍ ତଦନ୍ତ କରିଥିଲେ ଡିଜିସିଏ ଏବଂ ଏଏଆଇବି ଟିମ୍ । ଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱରରୁ ଘଟଣା ସ୍ଥଳକୁ ୩ଟି ଟିମ୍ ଯାଇ ତଦନ୍ତ କରିଥିଲେ । ପରିବହନ ସଚିବ ଉଷା ପାଢ଼ୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏକ୍ସପର୍ଟ ଟିମ୍ ସହ ଦୀର୍ଘ ସମୟ ଧରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହାପରେ ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟି ଆଲୋଚନା କରିଥିଲେ । ଦୁର୍ଘଟଣାରେ ଆହତଜଣଙ୍କ ମଧ୍ୟରୁ ଗତକାଲିଜଣଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା, ବାକିଜଣଙ୍କ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଚାଲିଛିଗତ ଶନିବାର ଦିନ ଭବୁବନେଶ୍ୱରରୁ ରାଉରକେଲା ଯାଉଥିବା ଇଣ୍ଡିଆ – ୧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇପାଇଲଟ ସମେତଜଣ ଆହତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking