ଭୁବନେଶ୍ୱର : ଆଜି ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି। ବଦଳିଲେ ଯୋଗାଣ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ। । ବିଭାଗ ପ୍ରମୁଖ ସଚିବ ପଦରୁ ହଟିଲେ ହେମନ୍ତ ଶର୍ମା। ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଖାଦ୍ୟ ଯୋଗାଣ ସଚିବ ପଦରୁ ହଟିଲେ ବୀର ବିକ୍ରମ ଯାଦବ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ବିଜ୍ଞପ୍ତି ଅନୁସାରେ.. ରେଭିନ୍ୟୁ ଓ ଡି.ଏମ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ସହ ସ୍ୱତନ୍ତ୍ର ରିଲିଫ କମିଶନର, ଓଡ଼ିଶାର ଅତିରିକ୍ତ ଦାୟିତ୍ୱରେ ଥିବା ଦେଓରଞ୍ଜନ କୁମାର ସିଂହଙ୍କୁ ଓଡ଼ିଶା ବନ୍ୟା ବିକାଶ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଇ ଆଣ୍ଡ ଆଇଟି ବିଭାଗର ପ୍ରିନ୍ସିପାଲ ସଚିବ ସହ ଓକାକର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ପ୍ରିନ୍ସିପାଲ ସଚିବ ଦାୟିତ୍ୱ ଦିଆଯାଇଛି । ସଞ୍ଜୟ କୁମାର ସିଂହଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରିନ୍ସିପାଲ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଭାସ୍କର ଜ୍ୟୋତି ସର୍ମାଙ୍କୁ ଓପିଟିସିଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗିରିଶ ଏସ.ଏନ.ଙ୍କୁ ପି.ଆର ଆଣ୍ଡ ଡି.ଡବ୍ଲ୍ୟୁ ବିଭାଗର କମିସନର-କମ-ସେକ୍ରେଟାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଗୁହା ପୁନମ୍ ତାପସ କୁମାରଙ୍କୁ ହ୍ୟାଣ୍ଡଲୁମ୍, ଟେକ୍ସଟାଇଲ୍ସ ଓ ହ୍ୟାଣ୍ଡିକ୍ରାଫ୍ଟ ବିଭାଗର କମିସନର-କମ-ସେକ୍ରେଟାରୀ ଦାୟିତ୍ୱ ଦିଆଯାଇଛି ।