25.1 C
Bhubaneswar
Thursday, February 5, 2026
Homeଓଡିଶା୨୩ରେ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର

୨୩ରେ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର

ପୁରୀ: ମହାପ୍ରଭୁଙ୍କ ଅଳଙ୍କାର ଆସନ୍ତା ୨୩ ତାରିଖରେ ସ୍ଥାନାନ୍ତର ହେବ। ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଏହା ସ୍ଥାନାନ୍ତରିତ ହେବ। ଏଥି ପାଇଁ ଅମୃତ ବେଳା ସ୍ଥିର କରାଯାଇଛି। ସକାଳ ୭ଟା ୧୭ରୁ ୧୧ଟା ୧୭ ମଧ୍ୟରେ ଅଳଙ୍କାର ସ୍ଥାନାନ୍ତରିତ ହେବ। ଏଥି ପାଇଁ କେବଳ ପାଳିଆ ସେବାୟତ ନିୟୋଜିତ ହେବେ। ସେପ୍ଟେମ୍ବର ୨୩ ତାରିଖ ପୂର୍ବରୁ ଆଲୋକ ବ୍ୟବସ୍ଥା କରାଯିବ। ଅଳଙ୍କାର ସ୍ଥାନାନ୍ତର ସମୟରେ ନାଟ ମଣ୍ଡପ ବନ୍ଦ ରଖାଯିବ। କିନ୍ତୁ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବ ନାହିଁ। ସ୍ଥାନାନ୍ତର ନସରିଲେ ସେପ୍ଟେମ୍ବର ୨୪ରେ ମଧ୍ୟ ସ୍ଥାନାନ୍ତର କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି ଯେ, ସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ସମୟରେ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହିବେ। ରତ୍ନଭଣ୍ଡାରରେ ଅଳଙ୍କାର ରଖା ସରିଲା ପରେ ତାଲ ପଡ଼ିବ। ଏହାର ଚାବି ଟ୍ରେଜେରିରେ ରଖାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking