ଭୁବନେଶ୍ୱର : ରାଜ୍ୟରେ ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ । ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି । ୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ….
୧) ବିଜୟ କୁମାର ଉପାଧ୍ୟାୟ- ଥିଲେ ବୋର୍ଡ ଅଫ ରେଭନ୍ୟୁ ସଚିବ – ହେଲେ ନିର୍ଦ୍ଦେଶକ, ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ
୨) ଆଶୀଷ ଠାକରେ- ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ – ହେଲେ ସଚିବ, ବୋର୍ଡ ଅଫ ରେଭନ୍ୟୁ,କଟକ
୩) ଦିଲ୍ଲୀପ ରାଉତରାଏ – ଥିଲେ ନିର୍ଦ୍ଦେଶକ,ଭାଷା,ସାହିତ୍ୟ ଓ ସଂସ୍କୃତି- ହେଲେ ଜିଲ୍ଲାପାଳ, ଭଦ୍ରକ
୪) ବିଜୟ କୁମାର ଦାଶ – ଥିଲେ କଟକ ମ୍ୟୁନିସପାଲଟି କମିଶନର- ହେଲେ ଜିଲ୍ଲାପାଳ, ଗଜପତି
୫) ସ୍ମୃତିରଞ୍ଜନ ପ୍ରଧାନ – ଥିଲେ ଗଜପତି ଜିଲ୍ଲାପାଳ- ହେଲେ ଜିଲ୍ଲାପାଳ, କେନ୍ଦ୍ରାପଡ଼ା
୬) ପାରୁଲ ପଟୱାରୀ – ଥିଲେ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ- ହେଲେ ଜିଲ୍ଲାପାଳ, ରାୟଗଡ଼ା
୭) ଅମ୍ରିତ ଋତୁରାଜ – ଥିଲେ ଢେଙ୍କାନାଳ ଜିଲ୍ଲାପାଳ- ହେଲେ ଜିଲ୍ଲାପାଳ, କନ୍ଧମାଳ
୮) ସିଦ୍ଧେଶ୍ୱର ବଳିରାମ ବୋନ୍ଦର – ଥିଲେ ଭଦ୍ରକ ଜିଲ୍ଲାପାଳ – ହେଲେ ଜିଲ୍ଲାପାଳ, ସମ୍ବଲପୁର
୯) ଦତ୍ତାତ୍ରେୟ ବି. ସିନ୍ଧେ – ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ – ହେଲେ ଜିଲ୍ଲାପାଳ, କଟକ
୧୦) ହେମକାନ୍ତ ସଏ – ଥିଲେ ନୂଆପଡ଼ା ଜିଲ୍ଲାପାଳ – ହେଲେ ଜିଲ୍ଲାପାଳ, ମୟୂରଭଞ୍ଜ
୧୧) ପି. ଅନ୍ୱେଷା ରେଡ୍ଡୀ – ଥିଲେ କଳାହାଣ୍ଡି ଜିଲ୍ଲାପାଳ- ହେଲେ ଜିଲ୍ଲାପାଳ, ଯାଜପୁର
୧୨) ଆଶୀଷ ଈଶ୍ୱର ପାଟିଲ – ଥିଲେ କନ୍ଧମାଳ ଜିଲ୍ଲାପାଳ – ହେଲେ ଜିଲ୍ଲାପାଳ, ମାଲକାନଗିରି
୧୩) ସୋମେଶ କୁମାର ଉପାଧ୍ୟାୟ – ଥିଲେ ଦେବଗଡ଼ ଜିଲ୍ଲାପାଳ – ହେଲେ ଜିଲ୍ଲାପାଳ, ଢେଙ୍କାନାଳ
୧୪) ଶୁଭଙ୍କର ମହାପାତ୍ର – ଥିଲେ ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ – ହେଲେ ଜିଲ୍ଲାପାଳ, ନବରଙ୍ଗପୁର
୧୫) ସୂର୍ୟ୍ୟବଂଶୀ ମୟୂର ବିକାଶ – ଥିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ – ହେଲେ ଜିଲ୍ଲାପାଳ, ବାଲେଶ୍ୱର
୧୬) ଜେ.ସୋନାଲ – ଥିଲେ ବୌଦ୍ଧ ଜିଲ୍ଲାପାଳ – ହେଲେ ଜିଲ୍ଲାପାଳ, ଜଗତସିଂହପୁର
୧୭) ପାୱାର ସଚ୍ଚିନ ପ୍ରକାଶ – ଥିଲେ ମାଲକାନଗିରି ଜିଲ୍ଲାପାଳ – ହେଲେ ଜିଲ୍ଲାପାଳ, କଳାହାଣ୍ଡି
୧୮) ଅକ୍ଷୟ ସୁନୀଲ ଅଗ୍ରୱାଲ – ଥିଲେ ସମ୍ବଲପୁର ଜିଲ୍ଲାପାଳ – ହେଲେ ଜିଲ୍ଲାପାଳ, ନୟାଗଡ଼
୧୯) ମନୋଜ ସତ୍ୟାୟନ ମହାଜନ – ଥିଲେ ରାୟଗଡ଼ା ଜିଲ୍ଲାପାଳ – ହେଲେ ଜିଲ୍ଲାପାଳ, ସୁନ୍ଦରଗଡ଼
୨୦) କବିନ୍ଦ୍ର କୁମାର ସାହୁ (ଓଏଏସ୍) – ଥିଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓଏମସି – ହେଲେ ଜିଲ୍ଲାପାଳ, ଦେବଗଡ଼
୨୧) ମଧୁସୂଦନ ଦାଶ (ଓଏଏସ୍) – ଥିଲେ ସ୍ୱତନ୍ତ୍ର ସଚିବ,ସଂସ୍କୃତି ବିଭାଗ – ହେଲେ ଜିଲ୍ଲାପାଳ, ନୂଆପଡ଼ା
୨୨) ସୁବ୍ରତ କୁମାର ପଣ୍ଡା (ଓଏଏସ୍) – ଥିଲେ ସ୍ୱତନ୍ତ୍ର ସଚିବ,ଗ୍ରାମ୍ୟ ଉନ୍ନୟନ – ହେଲେ ଜିଲ୍ଲାପାଳ , ବୌଦ୍ଧ
୨୩ ) କମଳଲୋଚନ ମିଶ୍ର – ଥିଲେ ନବରଙ୍ଗପୁର ଜିଲ୍ଲାପାଳ – ହେଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓସଡମା
୨୪) ନିଖିଳପୱନ କଲ୍ୟାଣ – ଥିଲେ ଯାଜପୁର ଜିଲ୍ଲାପାଳ – ହେଲେ ନିର୍ଦ୍ଦେଶକ,ରାଜ୍ୟ ମୃତ୍ତିକା ସଂରକ୍ଷଣ
୨୫) ସ୍ୱଧାଦେବ ସିଂ – ଥିଲେ ନୟାଗଡ଼ ଜିଲ୍ଲାପାଳ – ହେଲେ ଅତିରିକ୍ତ ସଚିବ ପିଆର୍ ଏବଂ ଡିଡବ୍ଲୁ ବିଭାଗ