18.1 C
Bhubaneswar
Thursday, February 5, 2026
Homeଓଡିଶାସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ବର: ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ IT-ITeS ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେୟାର (E & H) ଟ୍ରେଡ୍ ର ଅଧ୍ୟାପକମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । CTTC ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର (WSC) ଠାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହି ପ୍ରଶିକ୍ଷଣର ଆୟୋଜନ କରାଯାଇଥିଲା । ଉଦଯାପନୀ କାର୍ଯ୍ୟକ୍ରମରେ ସିଟିଟିସିଠାରେ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସି.ଏଚ୍ ବିଜୟଲକ୍ଷ୍ମୀ, ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ, ସିନିୟର ମ୍ୟାନେଜର୍ (ଟ୍ରେନିଂ) କେ.ଏମ୍ ରାଜନ୍ ପ୍ରମୁଖ ଉପସ୍ଥିତ ଥିଲା ବେଳେ ବିଶ୍ବ ଦକ୍ଷତା କେନ୍ଦ୍ରଠାରେ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ମଧୁସୂଦନ ମଲ୍ଲିକ, ଦକ୍ଷତା କେନ୍ଦ୍ରର ସିଓଓ ଶ୍ରୀ ପିନାକୀ ପଟ୍ଟନାୟକ, ଉପନିର୍ଦ୍ଦେଶକ ସୁଶ୍ରୀ ସସ୍ମିତା ସାହୁ, ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ବିଶ୍ବ ଦକ୍ଷତା କେନ୍ଦ୍ରର ପ୍ରିନ୍ସିପାଲ୍ ଶ୍ରୀ ଟି. ଥମ୍ବୀ ରାଜା ପ୍ରମୁଖ ଉପସ୍ଥିତ ଥିଲେ ।  ସୂଚନାଯୋଗ୍ୟ, ସିଟିଟିସି ପ୍ରଶିକ୍ଷଣରେ ଆଠଟି ଜିଲ୍ଲା- ବଲାଙ୍ଗୀର, ଗଞ୍ଜାମ, ଗଜପତି, ଯାଜପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଏବଂ ଜଗତସିଂହପୁର ଜିଲ୍ଲାରୁ ୧୦୨ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ବିଶ୍ବ ଦକ୍ଷତା କେନ୍ଦ୍ରରେ ଛଅଟି ଜିଲ୍ଲା- ବଲାଙ୍ଗୀର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଏବଂ କେନ୍ଦ୍ରାପଡ଼ାରୁ ୭୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking