ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ସଂସଦରେ ତଥ୍ୟ ରଖିଲେ ନିର୍ମଳା ସୀତାରମଣ । ପର୍ଯ୍ୟଟନ ପାଇଁ ବଜେଟରେ ବଡ ଘୋଷଣା କରାଯାଇଛି । ଛୋଟ ସହରର ୧୫ ତୀର୍ଥସ୍ଥଳକୁ ବିକଶିତ କରାଯିବ। ୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡଙ୍କୁ ଟ୍ରେନିଂ ଦିଆଯିବ । ସେହିପରି କାର୍ବନ କ୍ୟାପଚର ୟୁଟିଲାଇଜେସନ ଷ୍ଟୋରେଜ ଲାଗୁ ହେବ । ଆଗାମୀ ୫ ବର୍ଷରେ ସିସିୟୁଏସ ପାଇଁ ୨୦ ହଜାର କୋଟି ବ୍ୟୟ ହେବ । ଛୋଟ ଛୋଟ ସହରର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ୫ ଲକ୍ଷରୁ ଅଧିକ ଲୋକ ସଂଖ୍ୟା ଥିବା ସହର ପାଇଁ ଯୋଜନା କରାଯାଇଛି । ଟାୟାର-୧, ଟାୟାର-୨ ସିଟି ନେଇ ଘୋଷଣା କରାଯାଇଛି ।










