30.1 C
Bhubaneswar
Wednesday, February 11, 2026
Homeଓଡିଶାସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଜାନୁଆରୀ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଓଡ଼ିଶା ସରକାରଙ୍କ ୨୩ଟି ବିଭାଗରୁ ୨୨୦ରୁ ଉର୍ଦ୍ଧ୍ୱ ଅଧିକାରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ଓଡ଼ିଆ ଲିଖନ କୌଶଳ, ଓଡ଼ିଆ ବାକ୍ୟ ଗଠନ, ଓଡ଼ିଆରେ ଚିଠା ଓ ଟିପ୍ପଣୀ ପ୍ରସ୍ତୁତ, ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ ଏବଂ ଓଡ଼ିଆ ଭାଷାରେ ଆଦେଶନାମା ପ୍ରସ୍ତୁତି, ପ୍ରଶାସନିକ ଶବ୍ଦ ଚୟନ, ବନାନ ଶୁଦ୍ଧତା, ଇଂରାଜୀରୁ ଓଡ଼ିଆ ଅନୁବାଦ, କମ୍ପୁଟର ଓ ଓସ୍‌ୱାସ୍‌ରେ ସରକାରୀ କାର୍ଯ୍ୟ ସମ୍ପାଦନ ଆଦିକୁ ନେଇ ସରକାରୀ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ ସମାରୋହରେ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରକାଶିତ “ପ୍ରଶାସନ ଶବ୍ଦକୋଷ”, “ଆଫିସିକ ନଥି” ଏବଂ “ଓଡ଼ିଆ ପ୍ରଶିକ୍ଷଣ ପୁସ୍ତିକା” ଆଦି ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣ ଶିବିରରେ ପ୍ରଫେସର କୈଳାସ ଚନ୍ଦ୍ର ଟିକାୟତରାୟ, ପ୍ରଫେସର ପ୍ରଦୀପ୍ତ କୁମାର ବାରିକ, ପ୍ରଫେସର ହର ପ୍ରସାଦ ମିଶ୍ର, ଡକ୍ଟର ବୈଷ୍ଣବ ଚରଣ ମହାନ୍ତି ଏବଂ ଶ୍ରୀ ସ୍ମୃତି ରଞ୍ଜନ ମିଶ୍ର ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ, ବିତ୍ତ ତଥା ପ୍ରଶାସନିକ ଅଧିକାରୀ ଡ଼. ଅନନ୍ଯା ତ୍ରିପାଠୀଙ୍କ ସମେତ ଓଡ଼ିଆ ଭାଷା ପ୍ରତିଷ୍ଠାନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking