30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଭୁଲ ତଥ୍ୟ ଦେଖେଇ ଲଜ୍‌ରେ ଲୁଚିଥିଲେ : ପୂଜା

ଭୁଲ ତଥ୍ୟ ଦେଖେଇ ଲଜ୍‌ରେ ଲୁଚିଥିଲେ : ପୂଜା

ପୁଣେ: ବିବାଦୀୟ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଦକରଙ୍କ ମା’ ମନୋରମା ଖେଦକରଙ୍କୁ ଆଜି ପୁଲିସ ଗିରଫ କରିଛି। ଏକ ଜମି ବିବାଦ ପାଇଁ ମନୋରମା ଖେଦକର କିଛି କୃଷକଙ୍କୁ ବନ୍ଧୁକ ଦେଖାଇ ଧମକାଉଥିବା ଭିଡିଓ ଭାଇରାଲ୍‌ ହେବାପରେ ପୋଲିସ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରିଛି ।ତେବେ ମନୋରମା ଖେଦକରଙ୍କୁ ପୋଲିସ ଏକ ଲଜ୍‌ରୁ ଗିରଫ କରିଥିବା ସୂଚନା ମିଳିଛି ଏବଂ ତାଙ୍କ ସ୍ୱାମୀ ଦିଲୀପ ଖେଦକର ଫେରାର୍‌ ଅଛନ୍ତି। ମନୋରମା ଏକ ନକଲି ଆଧାର କାର୍ଡ ବ୍ୟବହାର କରି ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏକ ଲଜ୍‌ରେ ଲୁଚିରହିଥିଲେ। ସେ ଏକ ଘରୋଇ କ୍ୟାବ୍‌‌ର ଲଜ୍‌ରେ ପହଞ୍ଚିଥିଲେ ଏବଂ କ୍ୟାବ୍‌ ଡ୍ରାଇଭରଙ୍କ ସହ ସେଠାରେ ରହୁଥିଲେ। ଆଜି ସକାଳେ ପୁଲିସ ଏହି ଲଜ୍‌ରେ ପହଞ୍ଚି ତାଙ୍କୁ ଗିରଫ କରିଛି। ମନୋରମା ଖେଦକରଙ୍କ ବିରୋଧରେ ହତ୍ୟା ଉଦ୍ୟମ ସହ ଅନେକ ଅଭିଯୋଗ ରହିଛି। ପୁନେ କୋର୍ଟ ଆଜି ତାଙ୍କୁ ୨ ଦିନ ପାଇଁ ରିମାଣ୍ଡରେ ନେଇଛି। ସୂଚନା ଅନୁଯାୟୀ , ମିଛ ପ୍ରମାଣପତ୍ର ଦେଇ ଆଇଏଏସ୍‌ ଚାକିରି ହାତେଇବା ଅଭିଯୋଗରେ ବିବାଦୀୟ ହୋଇପଡ଼ିଥିବା ପୂଜା ଖେଦକରଙ୍କ ପରିବାର ଆଜି ଘର ନିକଟରୁ ‘ଜବରଦଖଲ’ ନିଜଆଡ଼ୁ ହଟାଇଦେଇଛନ୍ତି। ପୁଣେର ବାନେର୍‌ ରୋଡ୍‌ରେ ଥିବା ପୂଜାଙ୍କ ପାରିବାରିକ ବଙ୍ଗଳା ବାହାରେ ରାସ୍ତାକଡ଼ ପାଦଚଲା ରାସ୍ତାକୁ ଲାଗି ୬୦ଫୁଟ ଲମ୍ବା ଓ ୩ ଫୁଟ ଓସାରର ଏକ ନିର୍ମାଣ ଓ ଏଥିରେ ସୌଖିନ ଗଛ ଲାଗିଥିଲା। ଏହା ନିର୍ମାଣ ବେଆଇନ ଦର୍ଶାଇ ହଟାଇବା ନିମନ୍ତେ ଜୁଲାଇ ୧୩ ତାରିଖରେ ପୁଣେ ପୌର ନିଗମ ନୋଟିସ୍‌ ଜାରି କରିଥିଲା। ପୌର ନିଗମର ଏକ ଟିମ୍‌ ଯାଇ ବଙ୍ଗଳା ବାହାରେ ନୋଟିସ୍‌ ଲଗାଇ ଆସିଥିଲେ। ଆଜି ଉକ୍ତ ଜବରଦଖଲ ହଟାଇଦିଆଯାଇଛି। ପୌର ନିଗମର ଜନୈକ ଅଧିକାରୀ କହିଛନ୍ତି ଯେ ଫୁଟ୍‌ପାଥରୁ ଜବରଦଖଲ ହଟାଇବା ନିମନ୍ତେ ୭ ଦିନ ସମୟ ଦିଆଯାଇଥିଲା। ଏହାପୂର୍ବରୁ ସେମାନେ ନିଜଆଡ଼ୁ ଉକ୍ତ ଜବରଦଖଲ ହଟାଇଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking