20.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପାକିସ୍ତାନରେ ଟ୍ରେନ ଅପହରଣ: ମୁକୁଳିଲେ ୧୦୪ ପଣବନ୍ଦୀ, ୧୬ ଆତଙ୍କୀ ସଫା

ପାକିସ୍ତାନରେ ଟ୍ରେନ ଅପହରଣ: ମୁକୁଳିଲେ ୧୦୪ ପଣବନ୍ଦୀ, ୧୬ ଆତଙ୍କୀ ସଫା

ଇସଲାମାବାଦ : ପାକିସ୍ତାନୀ ସେନାର ଜୋରଦାର ଅପରେସନ୍। ଟ୍ରେନ୍ ହାଇଜାକ୍ କରିଥିବା ୧୬ ଆତଙ୍କବାଦୀ ନିହତ ହୋଇଥିବାବେଳେ ୧୦୪ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ସୂଚନା ମିଳିଛି। ତେବେ ମୁକୁଳିଥିବା ପଣବନ୍ଦୀଙ୍କ ମଧ୍ୟରୁ ୩୧ ଜଣ ମହିଳା ଏବଂ ୧୫ ଜଣ ଶିଶୁ ଥିବା ଜଣାପଡିଛି। ସାରା ରାତି ବେଲୁଚି ଲିବରେସନ୍ ଆର୍ମି ସହ ପାକିସ୍ତାନୀ ସେନାର ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ୧୭ ଜଣ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଗତକାଲି ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସକ୍ରିୟ ଥିବା ବିଏଲଏ ଆତଙ୍କବାଦୀମାନେ ଏକ ଟ୍ରେନ୍‌କୁ ଅପହରଣ କରିଥିଲେ। ଟ୍ରେନଟି କ୍ଵେଟାରୁ ପେଶାଓ୍ବର ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ଅପହରଣ ପରେ ​‌କ୍ଵେଟା-ପେଶାୱର ରୁଟ୍‌ରେ ସମସ୍ତ ଟ୍ରେନ୍‌ର ଚଳାଚଳକୁ ବାତିଲ କରାଯାଇଛି। ସବୁ ଆତଙ୍କବାଦୀଙ୍କୁ ନିପାତ କରି ସୁରକ୍ଷିତ ଭାବେ ସମସ୍ତ ପଣବନ୍ଦୀଙ୍କୁ ଉଦ୍ଧାର କରିବା ପର୍ଯ୍ୟନ୍ତ ସେନା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପାକ୍‌ ସରକାରଙ୍କ ପକ୍ଷରୁ କୁହାଯାଉଛି। ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀଥିବା ବାଲୋଚ କଏଦୀଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ବିଏଲ୍‌ଏ ପକ୍ଷରୁ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking