ସ୍ପେନ୍: ସ୍ପେନ୍ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, କର୍ଡୋବାର ଆଡାମୁଜ୍ ଷ୍ଟେସନ ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ୫:୪୦ (ଜିଏମଟି)ରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲେ । ମାଲାଗାରୁ ମାଡ୍ରିଡ୍ ଯାଉଥିବା ଇରିଓ ୬୧୮୯ ହାଇ – ସ୍ପିଡ୍ ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହୋଇ ନିକଟସ୍ଥ ଏକ ଟ୍ରାକରେ ଓଲଟି ପଡିଥିଲା । ଫଳରେ ମାଡ୍ରିଡରୁ ହୁଏଲଭା (ସ୍ପେନର ଆଉ ଏକ ଦକ୍ଷିଣ ସହର) ଯାଉଥିବା ଟ୍ରେନ୍ର ଗତି ସ୍ପିଡ୍ ଥିବାରୁ ସେହି ଟ୍ରାକରେ ଲାଇନଚ୍ୟୁତ ହୋଇ ଓଲଟି ପଡିଥିବା ଟ୍ରେନ୍ ସହ ଧକ୍କା ହୋଇଥିଲା । । ଧକ୍କା ହେବା ପରେ ଉଭ୍ୟ ଟ୍ରେନ୍ ଗୁରୁତର ଭାବରେ ଲାଇନଚ୍ୟୁତ ହୋଇଥିଲା । ଏହି ଦୁର୍ଘଟଣା ଯୋଗୁଁ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।










