30.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଭୟଙ୍କର ଟ୍ରେନ ଦୁର୍ଘଟଣା : ୧୧ଟି ଟ୍ରେନର ଗତିପଥ ବଦଳି ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଭୟଙ୍କର ଟ୍ରେନ ଦୁର୍ଘଟଣା : ୧୧ଟି ଟ୍ରେନର ଗତିପଥ ବଦଳି ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଉତ୍ତରପ୍ରଦେଶ : ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ୍ । ଉତ୍ତରପ୍ରଦେଶର ଗୋଣ୍ଡାଠାରେ ଡିବ୍ରୁଗଡ ଏକ୍ସପ୍ରେସର ୧୦-୧୨ କୋଚ୍ ଟ୍ରାକରୁ ଖସିପଡିଛି । ଚଣ୍ଡିଗଡ଼ରୁ ଗୋରଖପୁରକୁ ଯାଉଥିବା ଟ୍ରେନର କୋଚଗୁଡ଼ିକ ଟ୍ରାକରୁ ଖସିପଡିଥିଲା। କୋଚଗୁଡିକ ଖସିଯିବା କାରଣରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଦୁର୍ଘଟଣା ସହାୟତା ଗାଡି ଘଟଣାସ୍ଥଳକୁ ଚାଲିଯାଇଛି। ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହି ସଂଖ୍ୟା ଅଧିକ ବଢିବାର ସମ୍ଭାବନା ରହିଛି । ସେହିପରି ୨୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କର ଚିକିତ୍ସା ଚାଲିଛି । ଚଣ୍ଡିଗଡ଼ରୁ ଆସାମର ଡିବ୍ରୁଗଡ଼ ଯାଉଥିବା ଚଣ୍ଡିଗଡ଼ ଏକ୍ସପ୍ରେସରେ ୧୦ରୁ ଅଧିକ ବଗି ରେଳ ଟ୍ରାକରୁ ଲାଇନଚ୍ୟୁତ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ସେହିପରି ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆହତଙ୍କୁ ତୁରନ୍ତ ଚିକିତ୍ସା ଦେବାକୁ ଯୋଗୀ ଆଦିତ୍ୟନାଥ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ଗୋଣ୍ଡା ଜିଲ୍ଲା ପ୍ରଶାସନ ଓ ଗୋରଖପୁର ରେଳ ଅଧିକାରୀ ଉପସ୍ଥିତ ଅଛନ୍ତି। ଆହତ ମାନଙ୍କ ପାଇଁ ହେଲପ ଲାଇନ୍ ନମ୍ୱର ଜାରି ହୋଇଛି । ଦୁଇଟି ଟ୍ରେନ ବାତିଲ ହୋଇଛି । ଏହି ରୁଟରେ ଆସୁଥିବା ୧୧ଟି ଟ୍ରେନର ଗତିପଥ ବଦଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking