ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ବାଇକ୍କୁ ଧକ୍କା ଦେଲା ଟ୍ରେଲର । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶର ଆଜମଗଡ ଜିଲ୍ଲାର ଆଜମଗଡ – ପ୍ରୟାଗରାଜ ରାସ୍ତାର ଗମ୍ଭୀରପୁର ବଜାରରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କୁ ସନ୍ତୋଷ ଯାଦବ (୪୦) ଏବଂ ସନ୍ଦୀପ ଯାଦବ (୩୨) ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଦୁଇ ବ୍ୟକ୍ତି ବାଇକ୍ ଯୋଗେ ଠେକମାରୁ ଆଜମଗଡ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ଟ୍ରେଲର ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ତୀବ୍ର ଥିଲା ଯେ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରେଲର ଡ୍ରାଇଭର ଏବଂ ଗାଡିକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି ।









