25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୪ ଜଣଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ଼ିଭାଇଡ଼ରକୁ ପିଟି ଓଲଟିଲା ସ୍କର୍ପିଓ । ଫଳରେ ଚାଲିଗଲା ୪ ଜଣଙ୍କ ଜୀବନ । ଏଥିସହ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାଟି ବିହାର ବେଗୁସୁରାର ନଗର ଥାନା ଅଞ୍ଚଳର ଖାତୋପୁର ଅଞ୍ଚଳରେ ଘଟିଛି। ସୂଚନା ମୁତାବକ, ଖଗାଡ଼ିଆ ପଟୁ ଦ୍ରୁତ ଗତିରେ ଏକ ସ୍କର୍ପିଓ ବେଗୁସାରୟ ପଟକୁ ଆସୁଥିଲା। ଏହି ସମୟରେ ଡ୍‌଼ରାଇଭର ଜଣକ ଭାରସାମ୍ୟ ହରାଇ ଡ଼ିଭାଇଡ଼ରୁ ପିଟିଥିଲା । ଯାହାପରେ କାର୍ଟି ଓଲଟି ପଡ଼ିଥିଲା । ଫଳରେ ଏଥିରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି।

ତେବେ ସମସ୍ତ ଆହତ ପହାଡ଼ଚୋକରେ ଥିବା ଏକ ବରଯାତ୍ରୀ ସାରି ଫେରୁଥିବା ଜଣାପଡିଛି । ମୃତକଙ୍କ ପରିବାର ସଦସ୍ୟ ଘଟଣା ବିଷୟରେ ସୂଚନା ପାଇବା ପରେ ସେମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। କୁହାଯାଉଛି ଯେ ସ୍କୋର୍ପିଓର ଟାୟାରରେ ପଙ୍କଚର ହେବା ଯୋଗୁଁ ଏହା ନିୟନ୍ତ୍ରଣ ବାହାରକୁ ଯାଇ ଡିଭାଇଡରରେ ଧକ୍କା ଦେଇଥିଲା। ତେବେ ପୋଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଶତ୍ରୁଘ୍ନ କୁମାର କହିଛନ୍ତି ଯେ, ଆମେ ସାହେବପୁର କମଲ ବ୍ଲକ ଅଞ୍ଚଳରୁ ଅନ୍ୟ ଏକ ଗାଡ଼ିରେ ବିବାହ ଶୋଭାଯାତ୍ରାରେ ଯୋଗ ଦେଇ ଫେରୁଥିଲୁ। ହେଲେ ଖଟୁପୁର ଛକ ନିକଟରେ, ଆମେ ଦେଖିଲୁ ଯେ ସମସ୍ତ ଲୋକ ରାସ୍ତାରେ ପଡ଼ିଛନ୍ତି, ତା’ପରେ ସମସ୍ତ ଆହତଙ୍କୁ କୌଣସି ପ୍ରକାରେ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ପଠାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking