ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମଥୁରାରେ ସଡକ ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ।କାରରେ ଯାତ୍ରୀମାନେ ମହାବନରୁ ଗୋବର୍ଦ୍ଧନ ବାଇପାସ ଦେଇ ଡିଗ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ମୃତକ ହେଉଛନ୍ତି ମହାବନ ଥାନା ଅଞ୍ଚଳର ବାସିନ୍ଦା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଯାତ୍ରୀମାନେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ କାର ଯୋଗେ ରାଜସ୍ତାନର ଡିଗକୁ ଯାଉଥିଲେ । କାରର ମୋଡ ନେବା ବେଳେ ହଠାତ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ସିମେଣ୍ଟ ଟାଙ୍କି କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ କାରଟି କେନାଲରେ ପଡିଥିଲା । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ତାହା ବିଫଳ ହୋଇଥିଲା । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଏକ କ୍ରେନ ସାହାର୍ଯ୍ୟରେ କେନାଲରୁ ଗାଡିଟିକୁ ଉଦ୍ଧାର କରିବା ସହ ମୃତଦେହକୁ ମଧ୍ୟ ଜବତ କରାଯାଇଥିଲା । ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଟାଯାଇଛି । ତେବେ ଏନେଇ ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।









