19.1 C
Bhubaneswar
Tuesday, February 10, 2026
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରା ଦେଖା ହୋଇଗଲା ଶେଷ ଯାତ୍ରା । ଯାତ୍ରା ଦେଖି ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୋର ୩ଟାରେ ସୁନ୍ଦରଗଡ଼ ବଡ଼ଗାଁ ଥାନା ବିଜୁ ଏକପ୍ରେସୱେ  ଭୋଇପାଲି ନିକଟରେ ଦୁର୍ଘଟଣା ଘଟିଛି। ୩ ଜଣ ଯୁବକ ବଡ଼ ଗାଁରେ ହେଉଥିବା ରାମଲୀଳା ଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ , ଠନସୁନ୍ଦର ସା ଓ ଚନ୍ଦନ ଲୁହାର । ଉକ୍ତ ୩ ଯୁବକ ଯାତ୍ରା ଦେଖି ଏକ ବାଇକରେ ଘରକୁ ଫେରୁଥିବା ବେଳେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିହୋଇଥିଲା। ଏହାଫଳରେ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବଡ଼ଗାଁ ମେଡିକାଲରେ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking