28.3 C
Bhubaneswar
Saturday, May 17, 2025
Homeଓଡିଶାଯାଞ୍ଚ ଭୟରେ ମଦ ସହ ବାଇକ ଛାଡ଼ି ଖସି ପଳାଇଲା ବେପାରୀ

ଯାଞ୍ଚ ଭୟରେ ମଦ ସହ ବାଇକ ଛାଡ଼ି ଖସି ପଳାଇଲା ବେପାରୀ

ମୟୁରଭଞ୍ଜ: ଦିନକୁଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ବିଦେଶୀ ମଦର କାରବାର ବୃଦ୍ଧି ପାଉଛି। ଏହାର ପ୍ରଭାବରେ ନିଶାଡ଼ିମାନେ ଅନେକ ସମୟରେ ଅସାମାଜିକ କାର୍ଯ୍ୟକଳାପରେ ଜଡିତ ହୋଇ ପରିବାର ପାଇଁ ଦୁଃଖର କାରଣ ସାଜିଛନ୍ତି । ତେବେ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଉଦ୍ୟମଜାରୀ ରହିଥିବା ଜଣାପଡିଛି। ମାତ୍ର ଆଇନରେ ଥିବା ଗଳା ବାଟର ସୁଯୋଗ ନେଇ ଖସିଯିବା ସହିତ ପରେ ଅଧିକ ସକ୍ରିୟ ହେଉଥିବା ଅଭିଯୋଗ ହେଉଛି। ତେବେ ଆଜି ସକାଳୁ ବେଆଇନ ନିଶା କାରବାରରେ ସଂପୃକ୍ତ ଯୁବକ ଯାଞ୍ଚରୁ ବର୍ତ୍ତିବା ପାଇଁ ଚୋରାମଦ ସହ ବାଇକ ଛାଡ଼ି ଖସି ପଳାଇବା ଭଳି ରୋଚକ ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଅବକାରୀ ବିଭାଗ ଯାଞ୍ଚ ବେଳେ ବାଇକ ଛାଡି ଚମ୍ପଟ୍ ମାରିଲା ଅଭିଯୁକ୍ତ ୫୦ ଲିଟର ଦେଶି ମହୁଲି ଜବତ । ସେହିପରି ନଦୀ ପାର୍ଶ୍ଵରୁ ୧୫୦୦ ଲିଟର ପଚୋ ନଷ୍ଟ କରାଯାଇଥିବା ଜଣାପଡିଛି।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଦେଶୀ ହେଉକି ବିଦେଶୀ ମଦର ଚୋରା କାରବାର ଦିନକୁଦିନ ବୃଦ୍ଧି ପାଇବା ଘଟଣା ଅଞ୍ଚଳବାସୀଙ୍କ ପାଇଁ ନାହିଁନଥିବା ଅସୁବିଧାର କାରଣ ପାଲଟିଥିବା ଅଭିଯୋଗ ହେଉଛି। କରଞ୍ଜିଆ ସହରର ବିଭିନ୍ନ ସ୍ଥାନରେ ଚୋରାମଦ ବ୍ୟବସାୟକୁ ରୋକିବା ପାଇଁ କରଞ୍ଜିଆ ଅବକାରୀ ବିଭାଗ କରଞ୍ଜିଆ ଏନଏସିର ସମସ୍ତ ଅଞ୍ଚଳରେ ନିଶାଦ୍ରବ୍ୟ ଓ ମାଫିଆମାନଙ୍କୁ ଧରିବା ପାଇଁ ଧରପକଡ ଜାରିରଖିଥିବା ବେଳେ କରଞ୍ଜିଆ ଅବକାରୀ ଓଆଇସି ରଞ୍ଜନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି କରଞ୍ଜିଆ ସହରର ବାଇପାସ୍ ନିକଟସ୍ଥ ଗୁଡ଼ିସାହି ନିକଟରେ ଗାଡ଼ି ଯାଞ୍ଚ୍ କରୁଥିବା ସମୟରେ ଏକ ନମ୍ୱର ବିହୀନ ହିରୋହଣ୍ଡା ମଟର ସାଇକେଲ ଯୋଗେ କେହିଜଣେ ଯୁବକ ୫୦ ଲିଟର ଦେଶୀ ମହୁଲିମଦ ନେଇ ଯାଉଥିବା ବେଳେ ଗାଡ଼ିଟିକୁ ଅଟକାଇବା ସମୟରେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଦେଖି ମଟର ସାଇକେଲ ଛାଡି ସେଠାରୁ ଚମ୍ପଟ ମାରି ନଦୀ ପାର ହୋଇ ଖସି ପାଳାଇ ଯାଇଥିଲା । ତେବେ ଏହାର ତଦନ୍ତ କରି ଆସାମୀକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ଓଆଇସି ଶ୍ରୀ ନାୟକ ସୂଚନା ଦେଇଥିବା ବେଳେ ଗୁଡ଼ିସାହି ପାର୍ଶ୍ଵରେ ଥିବା ନଦୀ ପାର୍ଶ୍ଵରେ ଦେଶୀ ମହୁଲି ମଦ ରନ୍ଧା ହେଉଥିବା ଖବରପାଇ ଅଚାନକ ଚଢ଼ାଉ କରି ୧୫୦୦ ଲିଟର ପଚୋକୁ ମଧ୍ୟ ନଷ୍ଟ କରିଛି ଅବକାରୀ ବିଭାଗ। ଏନେଇ ଅବକାରୀ ଥାନାରେ କେଶ ନମ୍ୱର୍ ୨୩/୨୫-୨୬ ଏବଂ ୨୪/୨୫-୨୬ ରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ। ଅନ୍ୟପଟେ ଏହି ଚଢ଼ାଉ ଆଗାମୀ ଦିନରେ ଜାରିରହିବ ବୋଲି କରଞ୍ଜିଆ ଅବକାରୀ ଓଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking