ଗଞ୍ଜାମ : ଟ୍ରାକ୍ଟର – ସ୍କୁଲ ବସ ମୁହାଁମୁହିଁ ଧକ୍କା ଫଳରେ ୪ ଜଣ ଛାତ୍ର ଆହତ ହୋଇଛନ୍ତି । ଗୋକଣ୍ଣପୁର – କେଦାରପୁର ରାସ୍ତାରେ ଦୁର୍ଘଟଣା ଘଟିଛି । ଘରୋଇ ସ୍କୁଲର ଆହତ ୪ ଛାତ୍ର ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଚନ୍ତି । ବସ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଲୋକମାନଙ୍କ ଯିବା ଆସିବାରେ ବାଧାପ୍ରାପ୍ତ ଉପୁଜିଛି ।









