22.1 C
Bhubaneswar
Wednesday, December 24, 2025
Homeଦେଶ ବିଦେଶବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର: ଜଣେ ମୃତ

ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର: ଜଣେ ମୃତ

ପଞ୍ଜାବ: ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କୁ ହିମାଚଳ ପ୍ରଦେଶର ଇଣ୍ଡୋ – ତିବ୍ଦତୀୟ ସୀମା ପୋଲିସରେ ହାବିଦାର ଥିବା ସତନାମ ସିଂହ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଡିସେମ୍ବର ୪ ତାରିଖରେ ସେ ଛୁଟିରେ ଘରକୁ ଆସିଥିଲେ । ଆଜି ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଆୱାନ ଗ୍ରାମକୁ ଯାଉଥିଲେ । ସେହି ସମୟରେ ଝାଙ୍ଗି ପନ୍ନୱା ଗ୍ରାମ ନିକଟରେ ଏକ ଦ୍ରୁତଗାମୀ ଟ୍ରଲି – ଟ୍ରାକ୍ଟର ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଏହା ଫଳରେ ଘଟଣାସ୍ଥଳରେ ହିଁ ଯବାନଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking