17.1 C
Bhubaneswar
Tuesday, February 3, 2026
Homeଓଡିଶାବାଇକକୁ ଧକ୍କା ଦେଲା ଟ୍ରାକ୍ଟର : ୨ ମୃତ

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର : ୨ ମୃତ

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ବନ୍ଧୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରବିବାର ଅପରାହ୍ଣ ପ୍ରାୟ ୩ଟାରେ ବାଣପୁର ଥାନା ସାରୁବାରିପଦର ଗ୍ରାମର ବାପି ମହାପାତ୍ର, ପାଟପୁରର ଚନ୍ଦନ ସେଠୀ ଓ ମିଲନ ତ୍ରିପାଠୀ ୩ ବନ୍ଧୁ କ୍ରିକେଟ ଖେଳ ଦେଖିବା ପାଇଁ ତୁମୁରାପୁଟ ପଞ୍ଚାୟତର ପ୍ରତାପ ଗ୍ରାମକୁ ମୋଟରସାଇକେଲ ଯୋଗେ ଯାଉଥିଲେ। ତେବେ ଦୁର୍ଭାଗ୍ୟବଶତଃ ବେଙ୍ଗରାଜପଲ୍ଲୀ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ମାଟି ବୋଝେଇ ଟ୍ରାକ୍ଟର ମୋଟରସାଇକେଲକୁ ଧକ୍କା ଦେଇ ଗାଡି ଉପରେ ଚଢି ଯାଇଥିଲା। ଫଳରେ ତିନି ଜଣ ଯାକ ଗୁରୁତର ଭାବେ ଆହତ ହୋଇ ରାସ୍ତାରେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ବାପି ମହାପାତ୍ର ଓ ଚନ୍ଦନ ସେଠୀଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମିଲନଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଗାଡି ଛାଡି ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ବାଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking