13.1 C
Bhubaneswar
Sunday, December 7, 2025
Homeଓଡିଶାଟ୍ରାକ୍ଟର -ବାଇକ୍‌ ମୁହାଁମୁହିଁ : ଜଣେ ମୃତ, ଜଣେ ଗୁରୁତର

ଟ୍ରାକ୍ଟର -ବାଇକ୍‌ ମୁହାଁମୁହିଁ : ଜଣେ ମୃତ, ଜଣେ ଗୁରୁତର

ଯାଜପୁର: ଯାଜପୁର ଧର୍ମଶାଳା ଥାନା କାଏମ ଗୋପନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲି ବୋଝେଇ ଟ୍ରାକ୍ଟର ସହ ବାଇକ୍ ମୁହାଁ ମୁହିଁ ଧକ୍କା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ। ଅନ୍ୟ ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି । ସୂଚନା ଅନୁସାରେ, ଦୁଇ ଜଣ ଯୁବକ କୋତପୁର ପଟରୁ କାଏମା ଆଡକୁ ଆସୁଥିବା ବେଳେ ନଦୀରୁ ବାଲି ବୋଝେଇ କରି ବନ୍ଧ ଉପରକୁ ଆସୁଥିବା ଟ୍ରାକ୍ଟର ସହ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାକୁ ନେଇ ଗୋପନଗରରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ଟ୍ରାକ୍ଟରକୁ ଜବତ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking