28.1 C
Bhubaneswar
Monday, December 15, 2025
Homeଦେଶ ବିଦେଶଟ୍ରାକ୍ଟର - ବାଇକ୍ ଧକ୍କା: ୩ ମୃତ

ଟ୍ରାକ୍ଟର – ବାଇକ୍ ଧକ୍କା: ୩ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର। ଏହି ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛି । ରବିବାର ଦିନ ଚାରି ଜଣ ଯୁବକ ଗାଁ ଭୋଜରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କୁ ନାମ ଜିତେନ୍ଦ୍ର ରବି ଦାସ, ଅନିଲ ଏବଂ ଧର୍ମଶୀଳ ବୋଲି ଚିହ୍ନଟ କରାଯାଇଛି । ଗୁରୁତର ଆହତ ଯୁବକ ଜଣକ ଶ୍ରୀଚାନ୍ଦ ବୋଲି ଚିହ୍ନଟ ହୋଇଛି। ଗୁରୁତର ଶ୍ରୀଚାନ୍ଦ ଙ୍କୁ ପ୍ରାଥମିକ ଚିକିତ୍ସା ପାରେ ପ୍ରୟାଗରାଜର ଏକ ପ୍ରମୁଖ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଲରେ ଥିବା ଟ୍ରାକ୍ଟରକୁ ଜବତ କରିବା ସହ ଡ୍ରାଇଭରକୁ ଖୋଜିବା ପାଇଁ ଅଭିଯାନ ଜାରି ରଖିଛି । ତଦନ୍ତ ପାଇଁ ଆଖପାଖ ଅଞ୍ଚଳରେ ନାକାବନ୍ଦୀ କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking