18.1 C
Bhubaneswar
Saturday, December 6, 2025
Homeଓଡିଶାଭିଜିଲାନ୍ସ ଜାଲରେ ଟିପିସିଓଡିଏଲ ଯନ୍ତ୍ରୀ ତୁଷାରକାନ୍ତ ରାୟ

ଭିଜିଲାନ୍ସ ଜାଲରେ ଟିପିସିଓଡିଏଲ ଯନ୍ତ୍ରୀ ତୁଷାରକାନ୍ତ ରାୟ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଇଞ୍ଜିନିୟର । ଭୁବନେଶ୍ୱର  ଟିପିସିଓଡିଏଲ ସର୍କଲ ୧ରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଭିଜିଲାନ୍ସ ପଞ୍ଝାରେ । ସେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଥିଲେ । ଅଭିଯୋଗକାରୀ ଇଲେକ୍ଟିକାଲ କଣ୍ଟ୍ରାକ୍ଟରଙ୍କ ଯାଞ୍ଚ ସପକ୍ଷରେ  ରିପୋର୍ଟ ଦେବାକୁ ବିଲ ହୋଇଥିଲା । ଏଥିପାଇଁ କୁଆଡେ ୨୦ ହଜାର ଟଙ୍କା ଲାଞ୍ଚ  ନେଉଥିବା ସମୟରେ ତାଙ୍କୁ  ଭିଜିଲାନ୍ସ ବିଭାଗ ଧରିଥିଲା । ନିଜ ଘର ପାଖକୁ ଅଭିଯୋଗକାରୀଙ୍କୁ ଡାକି ଲାଞ୍ଚ ନେବା ପରେ  ରଙ୍ଗେ ହାତ ଧରିଛି ଭିଜିଲାନ୍ସ ।  ଏହା ପରେ ଯାଞ୍ଚ କରୁ କରୁ ଅନ୍ୟ କିଛି ତଥ୍ୟ ସାମ୍ନାକୁ ଆସିଛି । କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ୯ ଲକ୍ଷ ୫୩ ହଜାର ଟଙ୍କା  କ୍ୟାସ , ସୁନା, ରୂପା ଅଳଙ୍କାର ଜବତ ହୋଇଛି ।  ଏହା ସହିତ ୩ରୁ ଅଧିକ ସ୍ଥାନରେ ଏବେବି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking