33.1 C
Bhubaneswar
Wednesday, March 25, 2026
Homeଓଡିଶାମଧ୍ୟସ୍ଥିମୁକ୍ତ ବଜାର ଦିଗରେ ଓରମାସ-ଭାରତ ମସଲାର ମିଳିତ ଉଦ୍ୟମ

ମଧ୍ୟସ୍ଥିମୁକ୍ତ ବଜାର ଦିଗରେ ଓରମାସ-ଭାରତ ମସଲାର ମିଳିତ ଉଦ୍ୟମ

ଭୁବନେଶ୍ୱର: କୃଷକମାନଙ୍କ ଉତ୍ପାଦ ପାଇଁ ସୁନିଶ୍ଚିତ ବଜାର ସଂଯୋଗ ସୃଷ୍ଟି କରିବା ଓ ନ୍ୟାୟସଙ୍ଗତ ମୂଲ୍ୟ ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପକ୍ଷରୁ ଏକ ବିଶେଷ ବଜାର ସଂଯୋଗ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପେକ୍ଷୀରେ ସ୍ୱୟଂସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଗଞ୍ଜାମ, କଟକ, ଅନୁଗୁଳ, ଝାରସୁଗୁଡ଼ା ଓ ଜଗତସିଂହପୁର ଜିଲ୍ଲାରୁ ଟମାଟୋ ସଂଗ୍ରହ କରାଯାଉଛି।

୨୪ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଏହି ପଦକ୍ଷେପ ଅନ୍ତର୍ଗତ ମୋଟ ୧୨୮.୩୦ ମେଟ୍ରିକ ଟନ ଟମାଟୋ ସଂଗ୍ରହ ହୋଇଛି। ଏଥିରେ କଟକ ଜିଲ୍ଲାରୁ ୫୩.୦୦ ମେଟ୍ରିକ ଟନ, ଗଞ୍ଜାମରୁ ୩୩.୮୦ ମେଟ୍ରିକ ଟନ, ଅନୁଗୁଳରୁ ୨୦.୦୦ ମେଟ୍ରିକ ଟନ ଓ ଝାରସୁଗୁଡ଼ାରୁ ୧୮.୦୦ ମେଟ୍ରିକ ଟନ ଟମାଟୋ ଭାରତ ମସଲା ଦ୍ୱାରା କ୍ରୟ କରାଯାଇଛି। ଏହା ସହିତ ଜଗତସିଂହପୁର ଜିଲ୍ଲାରୁ ୩.୫୦ ମେଟ୍ରିକ ଟନ ଟମାଟୋ ମଧ୍ୟ ଭାରତ ମସଲାକୁ ପଠାଯାଇଛି।ଏହି ପଦକ୍ଷେପ ମାଧ୍ୟମରେ ଉକ୍ତ ପାଞ୍ଚଟି ଜିଲ୍ଲାର ଅନେକ କୃଷକ ସିଧାସଳଖ ଭାବରେ ଲାଭାନ୍ବିତ ହେଉଛନ୍ତି। ଓରମାସର ଏହି ବଜାର ସଂଯୋଗ ଉଦ୍ୟମ ମାଧ୍ୟମରେ କୃଷକମାନଙ୍କ ଉତ୍ପାଦ ପାଇଁ ସୁନିଶ୍ଚିତ ବିପଣନ ସୁଯୋଗ ସୃଷ୍ଟି ହେବା ସହ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking