ରାଇରାଖୋଲ: ରାଇରାଖୋଲରେ ଭୟଙ୍କର ସଡକ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲାର ସମ୍ବଲପୁର-କଟକ ଜାତୀୟ ରାଜପଥ ନମ୍ବର ୫୫ରେ ଏକ ପର୍ଯ୍ୟଟନ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରେଢ଼ାଖୋଲ ଥାନା ସୀମା ଅନ୍ତର୍ଗତ ଲୁହାପଙ୍କା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁରୀ ଜିଲ୍ଲାର ପିପିଲି ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ିଟି ଏକ ଆଇଚର ଗାଡ଼ି ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣ ପଡିଛି। ଦୁର୍ଘଟଣା ପରେ ଗାଡ଼ିରେ ଫସି ରହିଥିବା ଡ୍ରାଇଭର ସମେତ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଯାଇଛି। ରେଢ଼ାଖୋଲ ଡାକ୍ତରଖାନାରେ ପାଞ୍ଚ ଜଣ ଯାତ୍ରୀଙ୍କ ଚିକିତ୍ସା କରାଯାଉଛି ଏବଂ ଜଣେ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୁଣ୍ଡରେ ଆଘାତ ଲାଗିଥିବା ଅନ୍ୟ ଜଣେ ଯାତ୍ରୀଙ୍କୁ ବୁର୍ଲାର ଭିମ୍ସାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗାଡ଼ିଟି ପଶ୍ଚିମ ଓଡ଼ିଶାର ଏକ ତୀର୍ଥଯାତ୍ରାରୁ ଫେରୁଥିବା ମହିଳା ଏବଂ ପିଲାମାନଙ୍କ ସମେତ ୧୯ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା। ସୂଚନା ପାଇବା ପରେ ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।









