21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଖାଁ ଖାଁ ଡାଲ୍ ହ୍ରଦ, ପଳାୟନ କରୁଛନ୍ତି ପର୍ଯ୍ୟଟକ

ଖାଁ ଖାଁ ଡାଲ୍ ହ୍ରଦ, ପଳାୟନ କରୁଛନ୍ତି ପର୍ଯ୍ୟଟକ

ନୂଆଦିଲ୍ଲୀ : ପାହାଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ କାଶ୍ମୀରୀଙ୍କ ମୃତ୍ୟୁ ଘଟିବାର ୪୮ ଘଣ୍ଟାରୁ କମ ସମୟ ମଧ୍ୟରେ ଉପତ୍ୟକାର ଦୃଶ୍ୟ ଦୁଇ ଦିନ ପୂର୍ବରୁ ଥିବା ଅବସ୍ଥାଠାରୁ ସମ୍ପୂର୍ଣ୍ଣ ବଦଳି ଯାଇଛି। ଶ୍ରୀନଗର ଅଭିମୁଖେ ଯାଉଥିବା ବିମାନଗୁଡ଼ିକ ଖାଲି ରହୁଛି ଏବଂ ଉପତ୍ୟକାରୁ ବାହାରୁଥିବା ବିମାନଗୁଡ଼ିକ ପଳାୟନ କରୁଥିବା ଲୋକଙ୍କ ସହ ଭରି ରହୁଛି। କାଶ୍ମୀରର ଅତୁଳନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ ଡାଲ୍ ହ୍ରଦ ଏବେ ନିର୍ଜନ, ଯାହା ଦୁଇ ଦିନ ପୂର୍ବରୁ ଥିବା ଜନଗହଳି ଦୃଶ୍ୟଠାରୁ ବହୁ ଦୂରରେ। ଦୁଇ ଦିନ ପୂର୍ବ ପର୍ଯ୍ୟନ୍ତ ବହୁ ଚାହିଦାରେ ଥିବା ଶିକାରାଗୁଡ଼ିକ ଏବେ ପର୍ଯ୍ୟଟକଙ୍କ ଅପେକ୍ଷାରେ ଦୀର୍ଘ ସମୟ ପାଇଁ ଅଟକି ରହିଛି। ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ, ଯାହା ଏକ ବଡ଼ ସୀମା ଅତିକ୍ରମ କରିଛି, ଉପତ୍ୟକାକୁ ପୁନରୁଦ୍ଧାରର ପଥରୁ ଅନ୍ଧକାର ଆତଙ୍କବାଦୀ ଦିନକୁ ପଛକୁ ନେଇଛି।

ସ୍ଥାନୀୟ ହୋଟେଲ ମାଲିକ ଏବଂ ବ୍ୟବସାୟୀମାନେ ଏହି ଆକ୍ରମଣ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି, ଯାହା ରେକର୍ଡ ପର୍ଯ୍ୟଟକ ଆଗମନର ଏକ ଋତୁକୁ ବ୍ୟାହତ କରିଦେଇଛି। ଉପତ୍ୟକାର ପ୍ରସିଦ୍ଧ କାରିଗରମାନେ ଭବିଷ୍ୟତ କ’ଣ ହେବ ସେ ନେଇ ଚିନ୍ତିତ। ଶ୍ରୀନଗରର ଜାମାୱାର ପ୍ୟାଚୱାର୍କ କଳାକାର ଗୁଲାମ ରସୂଲ ଖାନ କାଶ୍ମୀରୀ ଶାଲର ସବୁଠାରୁ ପୁରାତନ କୌଶଳକୁ ସଂରକ୍ଷଣ କରିବା ଦିଗରେ କାମ କରନ୍ତି। ସେ ୨୦୨୧ରେ ପଦ୍ମଶ୍ରୀ ପୁରସ୍କାର ଜିତିଥିଲେ। ପାହାଲଗାମ ଆକ୍ରମଣର ନିନ୍ଦା କରି ସେ କହିଛନ୍ତି ଯେ ସୁରକ୍ଷା ଏଜେନ୍ସିଗୁଡ଼ିକ ଜାଣିବା ଜରୁରୀ “ଏଠାରେ ପରିବେଶକୁ ନଷ୍ଟ କରୁଥିବା ଲୋକ କିଏ?”। ଆତଙ୍କବାଦୀ ମାନଙ୍କୁ ଦଣ୍ଡ ମିଳିବ ଦରକାର। “ଏଠାକାର ଲୋକମାନେ ପୂରାପୂରି ପର୍ଯ୍ୟଟନ ଉପରେ ନିର୍ଭର କରନ୍ତି। ଏହା ହିଁ ଜୀବିକାର ଉତ୍ସ,” ସେ କହିଛନ୍ତି। ଏହି କଳାକାର ପ୍ରଶାସନକୁ ଏହି “ଦୁଷ୍ଟ” ଅପରାଧୀମାନଙ୍କୁ ଧରି ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ସମସ୍ତ ପ୍ରୟାସ କରିବାକୁ ଅନୁରୋଧ କରିଛନ୍ତି। ଗତକାଲି କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ପରବର୍ତ୍ତୀ ସମୟରେ ଅଭୂତପୂର୍ବ ବିକ୍ଷୋଭ ଦେଖାଯାଇଥିଲା, ଯେତେବେଳେ ବାସିନ୍ଦା ଏବଂ ବ୍ୟବସାୟୀମାନେ ରାସ୍ତାକୁ ଓହ୍ଲାଇ ପୀଡ଼ିତଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଥିଲେ, ପ୍ରଶାସନକୁ ସମର୍ଥନ ଜଣାଇଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ବାର୍ତ୍ତା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking