20.1 C
Bhubaneswar
Sunday, December 21, 2025
Homeଓଡିଶାଚିଲିକାରେ ବୁଡି ପର୍ଯ୍ୟଟକ ମୃତ

ଚିଲିକାରେ ବୁଡି ପର୍ଯ୍ୟଟକ ମୃତ

ବ୍ରହ୍ମଗିରି: ସାତପଡା ବୁଲିବାକୁ ଯାଇ ଚିଲିକାରେ ବୁଡି ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଭୁବନେଶ୍ୱରର ଏକ କମ୍ପାନୀରେ କାମ କରନ୍ତି ଏବଂ ତାଙ୍କ ଘର ଝାଡଖଣ୍ଡରେ ବୋଲି ଜଣାପଡିଛି । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।  ବାଘମୁଣ୍ଡା କୂଳରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଉଦ୍ଧାର ହେବା ପରେ ପୋଲିସ ମୃତଦେହକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking