26.1 C
Bhubaneswar
Wednesday, March 25, 2026
Homeଓଡିଶାପର୍ଯ୍ୟଟକଙ୍କୁ ପରାମର୍ଶ; ୨୩ ପୂର୍ବରୁ ପୁରୀ ଛାଡ଼ନ୍ତୁ

ପର୍ଯ୍ୟଟକଙ୍କୁ ପରାମର୍ଶ; ୨୩ ପୂର୍ବରୁ ପୁରୀ ଛାଡ଼ନ୍ତୁ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଆସନ୍ତା ୨୩ ତାରିଖ ପୂର୍ବରୁ ପୁରୀ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଏହାସହିତ ଆସନ୍ତାକାଲିଠୁ ଯେଭଳି କୌଣସି ପର୍ଯ୍ୟଟକ ପୁରୀ ନଯିବେ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ଆଉ ଯେଉଁମାନେ ପୁରୀର ବାସିନ୍ଦା ନୁହଁନ୍ତି ଓ ରହିବାର ଆବଶ୍ୟକତା ଥିବ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର କହିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସବୁପ୍ରକାରର ପଦକ୍ଷେପ ନେଉଛନ୍ତି। ବାତ୍ୟାର ଗତିପଥ ଏପର୍ଯ୍ୟନ୍ତ ସ୍ପଷ୍ଟ ନଥିଲେ ମଧ୍ୟ ପୁରୀ ସହରରୁ ଆସନ୍ତାକାଲିଠୁ ପର୍ଯ୍ୟଟକମାନଙ୍କୁ ନିଜ ନିଜ ଘରକୁ ଫେରିବାକୁ ପରାମର୍ଶ ଦିଆଯାଇଛି। ତା’ସହିତ ବାତ୍ୟା ଆଶଙ୍କା ଦୂର ନହେବା ପର୍ଯ୍ୟନ୍ତ ପୁରୀକୁ ଯେଭଳି ପର୍ଯ୍ୟଟକମାନେ ନଯିବେ ସେଥିପାଇଁ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ପୁରୀରେ ଥିବା ହବିଷ୍ୟାଳିଙ୍କ ସୁରକ୍ଷା ପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking