27.1 C
Bhubaneswar
Monday, October 28, 2024
Homeଦେଶ ବିଦେଶକାଳ ସାଜିଲା ଘୂର୍ଣ୍ଣିଝଡ଼ ଟ୍ରାମି, ୧୦୦ରୁ ଅଧିକ ମୃତ, ୪୨ ଲକ୍ଷ ଲୋକ ପ୍ରଭାବିତ

କାଳ ସାଜିଲା ଘୂର୍ଣ୍ଣିଝଡ଼ ଟ୍ରାମି, ୧୦୦ରୁ ଅଧିକ ମୃତ, ୪୨ ଲକ୍ଷ ଲୋକ ପ୍ରଭାବିତ

ଫିଲିପାଇନ୍ସ : ଫିଲିପାଇନ୍ସରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ଟ୍ରାମି । ଘୂର୍ଣ୍ଣିଝଡ଼ ପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ୪୦ ଜଣ ନିଖୋଜ ଅଛନ୍ତି । ଭୟଙ୍କର ବନ୍ୟା ପରେ ଭୂସ୍ଖଳନ ହେବା ଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଫିଲିପାଇନ୍ସର ରାଷ୍ଟ୍ରପତି କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ହେତୁ ଅନେକ ଅଞ୍ଚଳ ପହଞ୍ଚିବା କଷ୍ଟକର ହୋଇପଡିଛି । ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି । ପୋଲିସ, ଅଗ୍ନିଶମ ବାହିନୀ ଏବଂ ସେନା କର୍ମଚାରୀମାନେ ସନ୍ଧାନୀ କୁକୁରଙ୍କ ସାହାଯ୍ୟରେ ଭୂସ୍ଖଳନର ଆବର୍ଜନା ତଳେ ପୋତି ହୋଇଥିବା ଲୋକଙ୍କୁ ଖୋଜାଖୋଜି ଜାରି ରହିଛି । ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ଘର ଛାଡି ସୁରକ୍ଷତି ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ଟ୍ରାମି ଯୋଗୁଁ ପ୍ରବଳ ବର୍ଷା ହେବା ସହିତ ବଡ ବଡ ଗଛ ଉପୁଜିଛି ।

ଶୁକ୍ରବାର ଉତ୍ତର-ପଶ୍ଚିମ ଦିଗରୁ ଘୂର୍ଣ୍ଣିଝଡ଼ ‘ଟ୍ରାମି’ ଫିଲିପାଇନ୍ସରେ ମାଡ଼ ହୋଇଥିଲା । ଫଳରେ ପୂରା ଅଞ୍ଚଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଘୂର୍ଣ୍ଣିଝଡ଼ ଯୋଗୁ ପ୍ରାୟ ୪୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଘୂର୍ଣ୍ଣିଝଡ଼ ଯୋଗୁ ୫ ଲକ୍ଷ ଲୋକ ସହର ଛାଡି ପଳାୟନ କରିଛନ୍ତି । ଉଦ୍ଧାର ଏବଂ ସ୍ଥାନାନ୍ତର କାର୍ଯ୍ୟରେ ୧୫୦୦ ପୋଲିସ କର୍ମୀ ନିୟୋଜିତ ରହିଛନ୍ତି । ପ୍ରଭାବିତ ଲୋକଙ୍କୁ ଉଦ୍ଧାର ପାଇଁ ସମସ୍ତ ପ୍ରକାରର ଚେଷ୍ଟା ଚାଲିଛି । ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ଚେଷ୍ଟା ଚାଲିଛି । ସୂଚନାଯୋଗ୍ୟ, ଗତ ସେପ୍େଟମ୍ବରରେ ଆସିଥିବା ୟାଗୀ ଯୋଗୁଁ ଫିଲିପାଇନ୍ସ ଛାରଖାର ହୋଇଥିଲା । ଉତ୍ତର ଫିଲିପାଇନ୍ସରେ ମଙ୍ଗଳବାର ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଯୋଗୁ ବନ୍ୟା ଓ ଭୂସ୍ଖଳନ ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରତିବର୍ଷକୁ ୨୦ରୁ ଅଧିକ ଘୂର୍ଣ୍ଣିଝଡ ଫିଲିପାଇନ୍ସରେ ଆସିଥାଏ । ୨୦୧୩ରେ ଟାଇଫୁନ ହେୟାନ ଯୋଗୁଁ ୭,୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଅନେକ ଜୀବନ ଚାଲିଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking