27.1 C
Bhubaneswar
Sunday, February 22, 2026
Homeଓଡିଶାଆତ୍ମସମର୍ପଣ କଲେ ଟପ୍ ମାଓନେତା ଦେବଜୀ ଏବଂ ରାଜିରେଡ଼ି

ଆତ୍ମସମର୍ପଣ କଲେ ଟପ୍ ମାଓନେତା ଦେବଜୀ ଏବଂ ରାଜିରେଡ଼ି

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା ପଡ଼ୋଶୀ ରାଜ୍ୟ ତେଲେଙ୍ଗାନା ରାଜ୍ୟରୁ ଆସିଛି ବଡ଼ ଖବର। ଭାରତୀୟ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟିର ଦୁଇ ବଡ଼ ମାଓ ନେତା ଦେବଜୀ ଏବଂ ମଲ୍ଲା ରାଜିରେଡ଼ି ତେଲେଙ୍ଗାନା ପୁଲିସ ଏସଆଇବି ନିକଟରେ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦେଶର ନକ୍ସଲ ପ୍ରଭାବିତ ଅଞ୍ଚଳରେ ନକ୍ସଲ ମୁକ୍ତ ଅଭିଯାନ ପୂର୍ବ ନିର୍ଦ୍ଧାରିତ ସମୟସୀମା ମାର୍ଚ୍ଚ ୨୦୨୬ ପୂର୍ବରୁ ପ୍ରତିବନ୍ଧିତ ଭାରତୀୟ ମାଓବାଦୀ ସଂଗଠନକୁ ଶକ୍ତ ଝଟକା ଲାଗିଛି। କେନ୍ଦ୍ରୀୟ ନକ୍ସଲ ସଂଗଠନର ସାଧାରଣ ସମ୍ପାଦକ ଦେବଜୀ ଓରଫ ଟିପରି ତିରୁପତି , କେନ୍ଦ୍ରୀୟ କମିଟି ସଦସ୍ୟ ମଲ୍ଲା ରାଜିରେଡ଼ି ଏବଂ ସଂଗ୍ରାମଙ୍କ ଅନ୍ୟ ୧୩ ଜଣ ହାର୍ଡକୋର ନକ୍ସଲ ସମେତ ମୋଟ ୧୬ ଜଣ ମାଓବାଦୀ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିବାର ସୂଚନା ମିଳିଛି। ଅପରେସନ କାଗାର -୨ ଗତ କିଛି ଦିନ ପୂର୍ବରୁ କେବଳ ଦେବଜୀ ଏବଂ ରାଜିରେଡ଼ିଙ୍କୁ ଟାର୍ଗେଟ କରି ଆରମ୍ଭ କରାଯାଇଥିଲା। ଅପରେସନ ଏବେ ସଫଳ ହେବାକୁ ଯାଉଛି। ଏହି ଅପରେସନ ମାଧ୍ୟମରେ ଦେଶର ସବୁଠାରୁ ବଡ଼ ମାଓବାଦୀ ମାନେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି। ଆଗାମୀ ଦୁଇ ଦିନ ମଧ୍ୟରେ ଆତ୍ମସମର୍ପିତ ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟ ଗଣମାଧ୍ୟମ ସମ୍ମୁଖକୁ ଆସିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking