32.1 C
Bhubaneswar
Monday, May 19, 2025
Homeଓଡିଶାଆସନ୍ତାକାଲି କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲାସ୍ତରରେ ଅଖୁମୁଠି ଶୁଭାରମ୍ଭ ଓ କୃଷକ ସମାବେଶ– କିଷାନ କଂଗ୍ରେସ

ଆସନ୍ତାକାଲି କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲାସ୍ତରରେ ଅଖୁମୁଠି ଶୁଭାରମ୍ଭ ଓ କୃଷକ ସମାବେଶ– କିଷାନ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ପ୍ରଗତି କୃଷି ବିକାଶ ଉପରେ ନିର୍ଭରଶୀଳ । କୃଷି ଆମ ରାଜ୍ୟବାସୀଙ୍କ ମୁଖ୍ୟ ଜିବୀକା । କୃଷି କାର୍ଯ୍ୟ ଓ କୃଷକ ସମାଜ ପ୍ରତି ସର୍ବଦା ସମ୍ମାନ ପ୍ରଦର୍ଶନ କରିବା ସମସ୍ତଙ୍କର ନୈତିକ ଦାୟିତ୍ଵ ଓ କର୍ତ୍ତବ୍ୟ । କୃଷକ ହେଲେ ଆମର ଅନ୍ନଦାତା ଓ ଚିର ନମସ୍ୟ । ମାଟି ଆମ ଫସଲ ଉତ୍ପାଦନର ମୁଖ୍ୟ ଆଧାର। ବାର୍ଷିକ କୃଷିକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୃଷକ ମାଟି ମାଆର କରୁଣା ଭିକ୍ଷା କରିଥାଏ । ତେଣୁ ଅକ୍ଷୟ ତୃତୀୟା କୃଷି କାର୍ଯ୍ୟର ଆଦ୍ୟ ପର୍ବ । ସର୍ବ ପ୍ରଥମେ ଭାରତବର୍ଷର ପ୍ରଥମ ରାଜ୍ୟ ଓଡ଼ିଶାରେ ୧୯୯୬ ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ପବିତ୍ର ଅକ୍ଷୟ ତୃତୀୟା ଦିବସକୁ ସରକାରୀସ୍ତରରେ ପାଳନ କରାଯିବା ସହିତ ପ୍ରଥମ କରି ନୂତନ କୃଷିନୀତି ପ୍ରଣୟନ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ରାଜ୍ୟରେ ଥ‌ିବା ବିଜେଡ଼ି ଓ ପରବର୍ତ୍ତୀ ବିଜେପି ସରକାରର ଗତ ୨୫ ବର୍ଷ ଶାସନରେ କ୍ରମାଗତ ଭାବେ କୃଷି ଭିତ୍ତିଭୂମି ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଛି । ଫଳରେ ଆବଶ୍ୟକ ବିହନଠାରୁ ଆରମ୍ଭ କରି ଓଡ଼ିଶା ଧାନ ବ୍ୟତୀତ ଅଣଧାନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିନାହିଁ। ଚାଷ ପ୍ରତି ଚାଷୀ ଅନାଗ୍ରହ । ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ପଡ଼ିଆ ପଡ଼ିବା ସହିତ ରାଜ୍ୟର ଲକ୍ଷ ଲକ୍ଷ ଲୋକ ବେସାହାରା ହୋଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଏଣୁ ରାଜ୍ୟରେ ଚାଷୀର ହକ୍ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ଯକ୍ଷ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । କଂଗ୍ରେସ ନ୍ୟାୟପଥରେ ଯାଇ ସଂକଳ୍ପ, ସଂଘର୍ଷ ଓ ସମର୍ପଣ ଦ୍ବାରା ଚାଷୀସମାଜର ସାମଗ୍ରୀକ ବିକାଶ କରିବା କ୍ଷେତ୍ରରେ ସମସ୍ତେ ଅଙ୍ଗିକାରବଦ୍ଧ ହେବା ଉଚିତ୍। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ପ୍ରତି ଜିଲ୍ଲା ସ୍ତରରେ ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଅଖୁମୁଠି ଅନୁକୂଳ ଓ କୃଷକ ସମାବେଶ ଆୟୋଜନ କରାଯାଉଛି ।

ସେହିପରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବର ବ୍ଳକ ଅନ୍ତର୍ଗତ ଟିକରପଡ଼ା ଗ୍ରାମ ପଞ୍ଚାୟତର କଲ୍ୟାଣପୁରଠାରେ ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାସଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଓ ବହୁ ବରିଷ୍ଠ ନେତୃବୃନ୍ଦ ସମ୍ମାନୀତ ଅତିଥି ରୂପେ ଯୋଗଦେଇ କ୍ଷେତରେ ଭୂମିପୂଜା କରିବା ସହ ଅଖୁମୁଠି ଶୁଭାରମ୍ଭ କରିବେ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ଅକ୍ଷୟ ତୃତୀୟା ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ପ୍ରଦେଶ କିଷାନ କଂଗ୍ରେସ ଅଧ୍ଯକ୍ଷ ଅମିୟ କୁମାର ପଟ୍ଟନାୟକ ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ, କୃଷି ଶ୍ରମିକ ଏବଂ କୃଷି ତଥା ଆନୁସଙ୍ଗିକ କୃଷି କ୍ଷେତ୍ରରେ ନିୟୋଜିତ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସଙ୍ଗେ ସଙ୍ଗେ ଚଳିତ କୃଷିବର୍ଷ ଚାଷୀକୁଳର ସର୍ବମଙ୍ଗଳମୟ ହେଉ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କରୁଣା ଭିକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking