17.1 C
Bhubaneswar
Friday, February 13, 2026
Homeଓଡିଶାଟମାଟୋ ଦର ୧୦୦ ଟଙ୍କା

ଟମାଟୋ ଦର ୧୦୦ ଟଙ୍କା

ଭୁବନେଶ୍ୱର : ରୋଷେଇ ଘର ଉପରେ ପଡ଼ିଲାଣି ଚଡ଼କ। ହାଟ ବଜାରରେ ପ୍ରାୟ ସବୁ ପରିବା ଦର ଅସହ୍ୟ ଭାବେ ବଢ଼ିଚାଲିଛି। ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି। ଗତ ବର୍ଷ ଭଳି ବଜାରରେ ଏବେ ଅଧିକାଂଶ ପରିବା ଦର ଶତକ ଛୁଇଁବାକୁ ବସିଛି। ଫଳରେ ଇତି ମଧ୍ୟରେ ୧୦୦ ଛୁଇଁଛି ଟମାଟୋ। ଟମାଟୋ ର ଦର ଦିନକୁ ଦିନ ବଢିବା ଦେଖି ଚିନ୍ତାରେ ପଡିଛନ୍ତି ଖାଉଟି। ତେବେ ରାଜଧାନୀ ଭୁବନେଶ୍ୱରର ହାଟ ବଜାରରେ ଆଳୁ କିଲୋ ପିଛା ଏବେ ୩୫ ଟଙ୍କା,ଦେଶୀ ପୋଟଳ ୯୦, ଭେଣ୍ଡି ୮୦, କଲରା ୧୦୦, ଜହ୍ନି ୮୦, ବନ୍ଧାକୋବି ୬୦, କାଙ୍କଡ ୧୪୦, କଖାରୁ ୩୦ ଟଙ୍କାରେ ବିକ୍ରି ହେଉଛି। ପିଆଜ କିଲୋ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟମାଟୋ ଦର ଏବେ ଆଶ୍ଚର୍ଯ୍ୟଜନକ ଭାବେ ୧୦୦ ଟଙ୍କାକୁ ବୃଦ୍ଧି ହୋଇଛି। ତେବେ ଏହାର ଦର ବଢିବାର ମୁଖ୍ୟ କାରଣ ହେଉଛି କମ୍‌ ଯୋଗାଣ। କାରଣ ବର୍ତ୍ତମାନ ନାସିକ୍‌ ଏବଂ ବେଙ୍ଗାଲୁରୁରୁ ଟମାଟୋ ରାଜ୍ୟକୁ ଆସୁଛି। ତେବେ ଦୈନିକ ଯୋଗାଣ ଉପରେ ଏହାର ଦର ନିର୍ଭର କରୁଛି। ଏ ସମ୍ପର୍କରେ ଛତ୍ର ବଜାର ପରିବା ବ୍ୟବସାୟୀ ସଂଘର ସଭାପତି କହିଛନ୍ତି, ଚଳିତ ବର୍ଷ ଅତ୍ୟଧିକ ଗରମ ଯୋଗୁ ଫସଲ ଉତ୍ପାଦନ ପ୍ରଭାବିତ ହୋଇଛି। ବଜାର ଟିକିଏ ସ୍ୱାଭାବିକ ହେବା ଲାଗି ଅନ୍ତତଃ ପକ୍ଷେ ମାସେ ଯାଏ ସମୟ ଲାଗିପାରେ। ସେହିଭଳି ବାହାରୁ ଯାହା କିଛି ବି ପରିବା ଆସୁଛି ଗରମ ଯୋଗୁ ସଢ଼ି ଯାଉଛି। ତେଣୁ ଯେଉଁ ପରିବା ବାହାରୁ ଆମଦାନୀ ହେଉଛି ତାହାର ଦର ମଧ୍ୟ ବୃଦ୍ଧି ପାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking