17.1 C
Bhubaneswar
Tuesday, February 3, 2026
Homeମନୋରଞ୍ଜନଟଲିଉଡ଼ ଅଭିନେତା ସମ୍ରାଟ ମୁଖାର୍ଜୀଙ୍କୁ ବାନ୍ଧିଲା ପୁଲିସ

ଟଲିଉଡ଼ ଅଭିନେତା ସମ୍ରାଟ ମୁଖାର୍ଜୀଙ୍କୁ ବାନ୍ଧିଲା ପୁଲିସ

ମୁମ୍ବାଇ : ଟଲିଉଡ଼ ଅଭିନେତା ସମ୍ରାଟ ମୁଖାର୍ଜୀଙ୍କୁ ବାନ୍ଧିଲା ପୁଲିସ। ସେ ତାଙ୍କ କାର୍‌ରେ ଜଣେ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। କଲକାତା ପୁଲିସ ମଙ୍ଗଳବାର ଅଭିନେତାଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଅଭିନେତାଙ୍କୁ ଗିରଫ କରାଯାଇଛି ଏବଂ ଏବେ ତାଙ୍କର ଡକ୍ତରୀ ପରୀକ୍ଷା କରାଯିବ। ମାମଲାର ତଦନ୍ତ ଚାଲିଛି। ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କଲକାତାର ବେହାଲା ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିନେତାଙ୍କ କାର୍‌ ଧକ୍କାରେ ବେହାଲାର ବିଦ୍ୟାସାଗର କଲୋନୀ ନିବାସୀ ଜଣେ ବାଇକ୍ ଆରୋହୀ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଏମ ଆର ବାଙ୍ଗୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଏସଏସକେଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking