27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଏକାଠି ହେଲେ ଉଦ୍ଧବ ଓ ରାଜ ଠାକରେ

ଏକାଠି ହେଲେ ଉଦ୍ଧବ ଓ ରାଜ ଠାକରେ

ନୂଆଦିଲ୍ଲୀ: ବିଏମସି ନିର୍ବାଚନରେ ଏକାଠି ଲଢିବାକୁ ଉଦ୍ଧବ ଓ ରାଜ ଠାକରେ ଘୋଷଣା କରିଛନ୍ତି ।   ଦୁଇ ଭାଇ ୨୦୨୬ ବିଏମସି ନିର୍ବାଚନ ପୂର୍ବରୁ ଜାନୁଆରୀ ୧୫ ରେ ହେବାକୁ ଥିବା ବୃହନ୍ମୁମ୍ବାଇ ନଗର ନିଗମ (BMC) ନିର୍ବାଚନ ପାଇଁ ଏକ ମେଣ୍ଟ ଘୋଷଣା କରିଛନ୍ତି। ଏମଏନଏସ (ମହାରାଷ୍ଟ୍ର ନବନିର୍ମାଣ ସେନା)  ଓ ଶିବସେନା ଏକ ମେଣ୍ଟ ଘୋଷଣା କରିଛନ୍ତି ଉଦ୍ଧବ ଓ ରାଜ ଠାକରେ। ମିଳିତ ଭାବେ ଗୋଟିଏ ମଞ୍ଚରେ ଘୋଷଣା କଲେ । ଏହି ମେଣ୍ଟ ଉଭୟ ଦଳର ନେତା ଏବଂ କର୍ମୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି । ଉଦ୍ଧବ ଠାକରେ ଏବଂ ରାଜ ଠାକରେ ସେମାନଙ୍କର ମେଣ୍ଟ ଘୋଷଣା କରିବା ପାଇଁ ଶୀବତୀର୍ଥରେ ବୁଧବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଉଭୟ କହିଛନ୍ତି ଯେ ସେମାନଙ୍କ ଦଳ ମଧ୍ୟରେ ଏକ ଆନୁଷ୍ଠାନିକ ଆସନ ବଣ୍ଟନ ଖୁବ୍ ଶୀଘ୍ର ଘୋଷଣା କରାଯିବ। ସଭାରେ ଜନସାଧାରଣକୁ ଉଦବୋଧନ ଦେଇ ଉଦ୍ଧବ କହିଛନ୍ତି ସେମାନେ ଏବେ ସବୁଦିନ ପାଇଁ ଏକତାବଦ୍ଧ ରହିବା ପାଇଁ ଏକାଠି ହୋଇଛନ୍ତି ଏବଂ “ମରାଠୀ ମଣିଷ”କୁ ସଶକ୍ତ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପଟେ ରାଜ ଠାକରେ ଏହି ସୁଯୋଗକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଉପରେ ଗୁପ୍ତ ସମାଲୋଚନା କରିଥିଲେ । କହିଥିଲେ ରାଜ୍ୟ ଏହି ମୁହୂର୍ତ୍ତକୁ ବହୁତ ଦିନ ଧରି ଅପେକ୍ଷା କରିଥିଲା । ​​ ଶିବସେନା ୟୁବିଟି ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନଏସ୍) ମଧ୍ୟରେ ମେଣ୍ଟ ଗଠନ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking