30.1 C
Bhubaneswar
Saturday, October 5, 2024
Homeଓଡିଶାଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ସିଂହଦ୍ୱାରରେ ଦଣ୍ଡାୟମାନ ତିନି ରଥ, କେବଳ ମହାପ୍ରଭୁଙ୍କୁ ଅପେକ୍ଷା

ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ସିଂହଦ୍ୱାରରେ ଦଣ୍ଡାୟମାନ ତିନି ରଥ, କେବଳ ମହାପ୍ରଭୁଙ୍କୁ ଅପେକ୍ଷା

ପୁରୀ: ଶନିବାର ଶୁକ୍ଲ ପ୍ରତିପଦାରେ ସିଂହ ଦ୍ୱାରରେ ପହଞ୍ôଚଛନ୍ତି ଦିବ୍ୟ ତିନି ରଥ । ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥ ପ୍ରସୃତ, ପଥ ବି ପ୍ରସ୍ତୁତ । ଅଧିକାରୀ ବି ପ୍ରସ୍ତୁତ ଆଉ ଭକ୍ତ ବି ପ୍ରସ୍ତୁତ । ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ତିନି ରଥ ଅପେକ୍ଷା କରିଛନ୍ତି ପ୍ରଭୁଙ୍କ ଆଗମନକୁ । ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ରଥ ନିକଟକୁ ଆଜ୍ଞାମାଳ ବିଜେ କରିଥିଲା । ଆଜି ପବିତ୍ର ନବଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ।
ଦୀର୍ଘ ୧୩ ଦିନର ଅପେକ୍ଷା ପରେ ଆଜି ଭକ୍ତ ଓ ଭଗବାନଙ୍କର ମିଳନ ହେବ । ଆଜି ସକାଳ ୬ଟା୧୫ରେ ମଙ୍ଗଳ ଆଳତୀ, ଗୋପାଳବଲ୍ଲଭ ଓ ସକାଳ ୯ଟା ୧୫ ରେ ସକାଳ ଧୂପ ପୂଜା ,୧୦ଟା ୫ରେ ସକାଳ ଧୂପ ଶେଷ ହେବା ପରେ ସକାଳ ୧୦ଟା ୩୫ରେ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା । ଦୀର୍ଘ ୩୫ ବର୍ଷ ପରେ ପଟିଦିଅଁଙ୍କ ପାଖରୁ ଆଜ୍ଞାମାଳ ଧରି ତିନି ଜଣ ପୂଜାପଣ୍ଡା ସାମନ୍ତ ଘଣ୍ଟ, ଛତା, କାହାଳି ସହ ପଟୁଆରରେ ଶ୍ରୀମନ୍ଦିରରୁ ବାହାରି ରଥଖଳାରେ ପହଁଚିବା ପରେ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିଥିଲେ । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ଏହାପରେ ତିନି ରଥକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ଅଭିମୁଖେ ଟାଣି ନିଆଯାଇଥିଲା । ପ୍ରଥମେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ବଳଭଦ୍ରଙ୍କ ତଳଧ୍ୱଜ ରଥ ଟଣାଯାଇଥିଲା ।
ପ୍ରଥମେ ନନ୍ଦିଘୋଷ ରଥ ଭୋଇ ସେବକ, ମହାରଣା ସେବକ, ପୁଲିସ ବାହିନୀ ଏବଂ ଜନ ସାଧାରଣ ମିଶି ନନ୍ଦିଘୋଷ ରଥକୁ ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଇଥିଲେ । ତତ୍‌ପରେ ଦର୍ପ ଦଳନ ରଥ ଓ ଶେଷରେ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା । ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ôଚଥିଲା । ଆସନ୍ତାକାଲି ପବିତ୍ର ନବଯୌବନ, ନେତ୍ର ଉତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରଦ୍ଧାକୁ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କରିବାରୁ ବଞ୍ôଚତ ହେବେ । ତେବେ ରଥ ଉପରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଅପରୂପ ନବଯୌବନ ବେଶ ସହ ବାମନ ରୂପରେ ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବେ । ଆସନ୍ତାକାଲି ଅପରାହ୍ନ ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟାରେ ଶେଷ ହେବ । ଅପରାହ୍ନ ୪ଟାରେ ଛେରା ପହଁରା ପରେ ଚାରମାଳ ଫିଟାଯାଇ ଘୋଡ଼ା ଯୋଚା ଯିବ । ଅପରାହ୍ନ ୫ଟାରେ ରଥ ଟଣା ଆରମ୍ଭ ହେବ । ଏ ବର୍ଷ ଦୁଇ ଦିନ ରଥଯାତ୍ରା ପଡ଼ୁଥିବାରୁ ଆସନ୍ତାକାଲି ଅଳ୍ପ ସମୟ ପାଇଁ ରଥ ଟଣାଯାଇ ବନ୍ଦ କରାଯିବ । ସୋମବାର ଦିନ ସବୁ ରଥଙ୍କୁ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ନିଆଯିବ । ଆସନ୍ତାକାଲି ପ୍ରବଳ ଖରା ଓ ଗୁଳୁଗୁଳି ତା ସହ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଛତା, ସେଡ୍‌, ପାନୀୟ ଜଳ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସିଞ୍ଚନର ବ୍ୟବସ୍ଥା, ଜଳ ନିଷ୍କାସନର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ସେବାୟତଙ୍କ ମଧ୍ୟରେ ଉଚିତ୍ ସମନ୍ୱୟ ରକ୍ଷାକରି ନୀତି ଶୃଙ୍ଖଳିତ ଓ ଆଗୁଆ କରିବାକୁ ପ୍ରଚେଷ୍ଟା କରାଯାଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ କରୁଣାରୁ ଆସନ୍ତାକାଲି ରଥଯାତ୍ରା ଶୃଙ୍ଖଳିତ ଭାବେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking