15.1 C
Bhubaneswar
Monday, February 9, 2026
Homeଓଡିଶାରବୀନ୍ଦ୍ର ମଣ୍ଡପରେ ଆଜିର ନାଟକ "ନିଶଦ୍ଧ ନିଳାଚଳ"

ରବୀନ୍ଦ୍ର ମଣ୍ଡପରେ ଆଜିର ନାଟକ “ନିଶଦ୍ଧ ନିଳାଚଳ”

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଥିବା ନାଟକ କାର୍ଯ୍ୟକ୍ରମରେ ଆଜି ନାଟକ “ନିଶଦ୍ଧ ନିଳାଚଳ” ମଞ୍ଚସ୍ଥ ହୋଇଥିଲା। ଆଜିର ନାଟକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଆଧାରିତ ହୋଇଥିଲା। ଶ୍ରୀ କୈଳାସ ପାଣିଗ୍ରାହୀ ନାଟକର ନିର୍ଦ୍ଦେଶନା ଦେଇଥିଲେ। ସେହପରି ଭାବେ ଭଞ୍ଜକଳା ମଣ୍ଡପରେ ଆଜି ଓଡ଼ିଶୀ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶିଷ୍ଟ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଶ୍ୟାମାମଣି ଦେବୀ ସଙ୍ଗୀତ ପରିବେଷଣ କରିଥିଲେ। ଜୟଦେବ ଭବନ ଠାରେ ଆୟୋଜିତ ହେଉଥିବା ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଆଜି ଚଳଚ୍ଚିତ୍ର “ସଂସ୍କାର” ପ୍ରଦର୍ଶିତ ହୋଇଥିଲା। ପାର୍ବତୀ ଘୋଷଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କ୍ଲାସିକ ଓଡ଼ିଆ ସିନେମାକୁ ଦର୍ଶକମାନେ ବେଶ୍ ଉପଭୋଗ କରିଥିଲେ। ପ୍ରକାଶଯୋଗ୍ୟ ଯେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଏହି ସମସ୍ତ କାର୍ଯ୍ୟକ୍ରମ ଆସନ୍ତା ଜୁନ୍‌ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking