28.1 C
Bhubaneswar
Sunday, March 29, 2026
Homeଓଡିଶାରବୀନ୍ଦ୍ର ମଣ୍ଡପରେ ଆଜିର ନାଟକ "ମହାସଂଗ୍ରାମର ମହାନାୟକ"

ରବୀନ୍ଦ୍ର ମଣ୍ଡପରେ ଆଜିର ନାଟକ “ମହାସଂଗ୍ରାମର ମହାନାୟକ”

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଥିବା ନାଟକ କାର୍ଯ୍ୟକ୍ରମରେ ଆଜି ନାଟକ “ମହାସଂଗ୍ରାମର ମହାନାୟକ” ମଞ୍ଚସ୍ଥ ହୋଇଥିଲା। ଆଜିର ନାଟକ ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଆଧାରିତ ହୋଇଥିଲା। ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱ ଭୂଷଣ ହରିଚନ୍ଦନ ନାଟକ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ଧୀରେନ୍ଦ୍ର ନାଥ ମଲ୍ଲିକ। ସେହପରି ଭାବେ ଭଞ୍ଜକଳା ମଣ୍ଡପରେ ଆଜି ସମ୍ବଲପୁରୀ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜୟଦେବ ଭବନ ଠାରେ ଆୟୋଜିତ ହେଉଥିବା ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଆଜି ଚଳଚ୍ଚିତ୍ର “ଅରୁନ୍ଧତୀ” ପ୍ରଦର୍ଶିତ ହୋଇଥିଲା। ପ୍ରଫୁଲ୍ଲ ସେନଗୁପ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କ୍ଲାସିକ ଓଡ଼ିଆ ସିନେମାକୁ ଦର୍ଶକମାନେ ବେଶ୍ ଉପଭୋଗ କରିଥିଲେ। ପ୍ରକାଶଯୋଗ୍ୟ ଯେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଏହି ସମସ୍ତ କାର୍ଯ୍ୟକ୍ରମ ଆସନ୍ତା ଜୁନ୍‌ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking