27.1 C
Bhubaneswar
Friday, December 19, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା.... 

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…. 

ମେଷ : ବନ୍ଧୁ ଓ ବିଦ୍ୟାର୍ଥୀମାନଙ୍କ ପ୍ରେରଣାରେ ଏକ ସ୍ୱାବ ସମ୍ବଳିତ କାମରେ ଅର୍ଥ ବ୍ୟୟ କରିବେ। ଦ୍ୱରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିବ। ଯାହା ଫଳରେ ମାନସିକ ଅସ୍ତିରତା ଭିତରେ ଗତି କରିବେ। ପରିବାରରେ ଅର୍ଥ ସମସ୍ୟାକୁ ନେଇ ବଦ ବିବାଦ ଦେଖାଦେଇପାରେ।

ବୃଷ : ଆଜି ଅଫିସରେ କେତେକ ସମସ୍ୟାକୁ କେନ୍ଦ୍ରକରି ଅର୍ନ୍ତଦ୍ୱନ୍ଦ ସୃଷ୍ଟି ହୋଇପାରେ। ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ସନ୍ଧ୍ୟାରେ ପୂରଣ ହୋଇଯିବ। ପୂର୍ବାହ୍ଣରେ ବନ୍ଧୁମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ଅତିଥିସେବା କରିବେ।

ମିଥୁନ : ଆଜି ପିଲାମାନଙ୍କ ସମସ୍ୟା ବିଷୟକୁ ନେଇ ମନ ସରସତା ରହିବ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହେବ। ସଭାସମିତିରେ ଜଣେ ପଦସ୍ତ ବ୍ୟକ୍ତିଙ୍କ ସାନ୍ନିଧ୍ୱ ଲାଭ କରିବେ। କୌଣସି ଘରୋଇ କଥା ଭିତରେ ନିଜର ଅସୁବିଧା ବଖାଣି ସାହାଯ୍ୟ ଭିକ୍ଷା କରିବେ।

କର୍କଟ : ବ୍ୟବସାୟ, ବାଣିଜ୍ୟ,ପରିବହନ, ପ୍ରଶାସନ ଓ ପ୍ରକାଶନ ଆନୁଷ୍ଠାନିକ କାମ ସାମାନ୍ୟ ବିଳମ୍ବ ହୋଇପାରେ। ଆର୍ଥିକ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ବାରମ୍ବାର ପ୍ରତିରୋଧ ବଢ଼ିବା ଦ୍ୱାରା ଅଟକି ରହିଥିବା କାମଟିକୁ ସମ୍ପର୍ଣ୍ଣ କରିବେ।

ସିଂହ : ଆଲୋଚନା ସମୟରେ ସାଧାରଣ ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ଭୂଲ ବୁଝାମଣାରୁ ପାରିବାରିକ ସମସ୍ୟା ଦେଖାଦେବ। ସଭାସମିତିରେ ସମ୍ମାନିତ ହେବେ। ମହିଳାମାନେ ଅଭାବ ଅନଟନ ମଧ୍ୟରେ ଚଳିବାକୁ ବାଧ୍ୟ ହେବେ।

କନ୍ୟା : ଆଜି ପରିବାର ଭିତରେ ସୌହାର୍ଯ୍ୟତା ଭିତରେ କାର୍ଯ୍ୟ କରିବେ। ଅଭାବ ଅସୁବିଧା ସାଙ୍ଗକୁ ସ୍ୱାସ୍ଥ୍ୟ ହାନି କାରଣରୁ ମନ ସାମ୍ରିକ ଅଶାନ୍ତି ରହିପାରେ। କର୍ମ କ୍ଷେତ୍ରରେ କୌଣସି ବ୍ୟକ୍ତି ନିଜ କାମ ହାସଲ କରିବା ସକାଶେ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିବ।

ତୁଳା : ଆଜି କର୍ମକ୍ଷେତ୍ରରେ କେତେକ ଅପତିକର ପରିସ୍ଥିତି ସୃଷ୍ଟି ହେବ। ପରିବାରରେ ଭାଇ ଭଉଣୀ କିମ୍ବା ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୂଲ କାମ କରିପାରନ୍ତି। ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ।

ବିଛା : କୌଣସି କାମ ଉତ୍ସାହ ସହ କରିବେ। ପରୋକ୍ଷଭାବରେ ଶତୁତା କରୁଥିବା ବ୍ୟକ୍ତିମାନେ କୌଣସି ସମସ୍ୟା ସୃଷ୍ଟି କରିପାରନ୍ତି। କାରବାର, ପରିବହନ, ଷ୍ଟେସନାରୀ ଦୋକାନ ବିଶେଷ ଭାବେ ଲାଭବାନ ହେବେ। ମହିଳାମାନେ ବାପଘର କଥା ନେଇ ଚିନ୍ତିତ ରହିବେ।

ଧନୁ : ଆଜି ହାତକୁ ନେଇଥବବା ସବୁତକ କାମ ଶୃଙ୍ଖଳିତ ହେବ। ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ। ସାଙ୍ଗ ସାଥିମାନଙ୍କ ସାହାଯ୍ୟ ସହଯୋଗରେ ଅଭାବ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ ଅଭାବ ଦେଖାଦେଇପାରେ।

ମକର : କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଦେହ ଭଲ ରହିବ। ଆର୍ଥିକ ସମସ୍ୟା ଆପଣଙ୍କୁ ଦୁଃଖ ଦେଇପାରେ। ପ୍ରଶଂସିତ ହେବାର ସୂଚନା ମିଳୁଛି।

କୁମ୍ଭ : ଆଜି କର୍ମକ୍ଷେତ୍ରରେ କୌଣସି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ସନ୍ତାନମାନଙ୍କ ଆରୋଗ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବେ। ଅନ୍ୟମାନଙ୍କ କଥାରେ ପଡ଼ି ଅଧିକ କାମରେ ହାତ ଦିଅନ୍ତୁ ନାହିଁ।

ମୀନ : ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଆଜିର ଦିନଟି ଆନନ୍ଦ ଉଲ୍ଲାସରେ ସମୟ କଟିବ। ସାମନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଦିଗରେ ଆଗେଇବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking