28.3 C
Bhubaneswar
Tuesday, May 13, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଅର୍ଥଲାଭ ଯୋଗ ରହିଛି। ଜମିକ୍ରୟ କରିବେ। ବିଦେଶ ଯାତ୍ରାରେ ସୁଯୋଗ ମିଳିବ। ବନ୍ଧୁ ଦ୍ୱାରା ଉପକୃତ ହେବେ। ମହିଳା ଅଶାନ୍ତିରେ ରହିବେ।

ବୃଷ : ନୂତନ ଗୃହ ନିର୍ମାଣ କରିବେ। କେତେକ ପଦାର୍ଥ ଚୋରୀ ହୋଇପାରେ। ବ୍ୟବସାୟରେ ଲାଭବାନ୍ ହେବେ। ମହିଳାମାନେ କର୍ମନିଯୁକ୍ତିି ପାଇବେ।

ମିଥୁନ : ଆଜି ଭାତୃବିବାଦ ଲାଗିପାରେ। ଜମିବାଡ଼ିରେ ଗଣ୍ଡଗୋଳ ସୃଷ୍ଟି ହେବ। ଦେବଦର୍ଶନ କରିପାରନ୍ତି। ଶତ୍ରୁମାନେ ମିତ୍ରତା ଆଚରଣ କରିବେ।

କର୍କଟ : କୌଣସି କାରଣ ନେଇ ଅଶାନ୍ତି ହେବ। ନୂତନ ପଦାର୍ଥ କ୍ରୟ କରି ଖୁସି ହେବେ। କ୍ଷେତ୍ର ପରିସର ବୃଦ୍ଧିପାଇଁ ଲାଗିପଡ଼ିବେ। ସନ୍ତାନ ପାଇଁ ଚିନ୍ତାରେ ରହିବେ।

ସିଂହ : ଆଜି ଯାନବାହନରେ ବିପଦମାନ ରହିଛି। ସାବଧାନ ହେବା ଉଚିତ୍‌। ଅଯଥାରେ ଧନ ବ୍ୟୟ ହେବ। ଦେହ ଅସୁସ୍ଥ ରହିବ। ବ୍ୟବସାୟରେ ଲାଭବାନ୍ ରହିବେ।

କନ୍ୟା : ଚାକିରୀ କ୍ଷେତ୍ରରେ ଅସନ୍ତୋଷ ଦେଖାଯିବ। ନୂତନ ପନ୍ଥା ଅବଲମ୍ବନ କରିବେ। ଭାତୃ ଅଶାନ୍ତି ସୃଷ୍ଟି ହେବ। ଜମି କିଛି ବିକ୍ରୀ କରିପାରନ୍ତି।

ତୁଳା : ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବା ଜଣାଯାଏ। ବ୍ୟବସାୟରେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ଗଣ୍ଡଗୋଳ ଲାଗି ରହିବ। ଭୂ-ସମ୍ପତି ନେଇ ମାଲିମୋକଦ୍ଦମାରେ ଲାଗିପାରେ।

ବିଛା : ପରିବାର କ୍ଷେତ୍ରରେ ଅଶାନ୍ତି ଦେଖାଯିବ। ଜମିକ୍ରୟ କରିପାରନ୍ତି। ଗୃହ ନିର୍ମାଣରେ ଲାଗିପଡ଼ିବେ। ନିତ୍ୟ ବ୍ୟବହାର ପଦାର୍ଥ କ୍ରୟ କରିବେ।

ଧନୁ : ଆଜି ବ୍ୟବସାୟରେ ଅର୍ଥ ବିନିଯୋଗ କରିବେ। ଭାତୃବିବାଦ ଲାଗିପାରେ। ଅଧିକ ଖର୍ଚ୍ଚ ହେତୁ ବ୍ୟସ୍ତ ହୋଇପାରନ୍ତି। ମହିଳାମାନେ ଚିନ୍ତିତ ରହିବେ।

ମକର : ଆପଣଙ୍କର ଦେହ ସୁସ୍ଥ ରହିବ। ବିଭିନ୍ନ କାର୍ଯ୍ୟକଳାପରେ ବ୍ୟସ୍ତ ରହିବେ। ବ୍ୟବସାୟରେ ଲାଭବାନ୍ ହେବେ। ଚାକିରୀ କ୍ଷେତ୍ରରେ ବିପଦ ସୃଷ୍ଟି ହେବ।

କୁମ୍ଭ : କର୍ମକ୍ଷେତ୍ରରେ ଲାଭବାନ୍ ହେବେ। ଦୂରଯାତ୍ରାରେ ସମ୍ଭାବନା ଅଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାଯିବ। କୌଣସି ପଦାର୍ଥକୁ ହଜାଇଦେବେ।

ମୀନ : ନୈତିକତା କାର୍ଯ୍ୟ ପ୍ରତି ସାବଧାନ ରୁହନ୍ତୁ। ନଚେତ ବିପଦରେ ପଡ଼ିପାରନ୍ତି। ପାରିବାରିକ ଅଶାନ୍ତି ଦେଖାଯିବ। ଶାରୀରିକ ଓ ମାନସିକ ଅବସ୍ଥା ଭଲ ରହିବ। ମହିଳାମାନେ ଉଚ୍ଚପ୍ରଶଂସିତ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking