24.1 C
Bhubaneswar
Thursday, April 10, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ବାକି ରହିଥିବା କାମ ହୋଇଯିବାର ଆଶା ଅଛି। କର୍ମକ୍ଷେତ୍ରରେ ଉନ୍ନତି ଦେଖାଯିବ। ବ୍ୟବସାୟରେ ସାମାନ୍ୟ ଅଶାନ୍ତି ଦେଖାଯିବ। ଅର୍ଥ ଖର୍ଚ୍ଚ ହେବ।

ବୃଷ : ଆଜି ସତର୍କ ହେବେ। ନଚେତ୍ ଅଜଣା ବ୍ୟକ୍ତିଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଯିବେ। ମାନସିକ ଦ୍ୱନ୍ଦରୁ ମୁକ୍ତି ପାଇପାରନ୍ତି। କର୍ମକ୍ଷେତ୍ରରେ କ୍ଷତି ସହିବାକୁ ହେବ।

ମିଥୁନ : ଅଜଥା ଅଶାନ୍ତି ତଥା କ୍ଷୟକ୍ଷତିର ସୂଚନା ମିଳୁଛି। ପ୍ରତ୍ୟକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ହେବ। କର୍ମକ୍ଷେତ୍ରରେ ସହଯୋଗ ମିଳିନପାରେ।

କର୍କଟ : ଆୟ ହେବାର ସୂଚନା ମିଳୁଛି। କିନ୍ତୁ ଅତ୍ୟଧିକ ଖର୍ଚ୍ଚର ଆଶଙ୍କା ଅଛି। ମାନସିକ ଚିନ୍ତାରେ ଭାରସାମ୍ୟ ହରାଇପାରନ୍ତି। ବ୍ୟବସାୟ ତଥା କର୍ମକ୍ଷେତ୍ରରେ ସହଯୋଗ ପାଇପାରନ୍ତି।

ସିଂହ : ଶାରୀରିକ ଅସୁସ୍ଥତା ଦେଖାଦେବ। ଖର୍ଚ୍ଚଭାର ଅତ୍ୟଧିକ ବୃଦ୍ଧି ପାଇବ। ଯେତେ ପାରନ୍ତୁ ନିଜକୁ ସଞ୍ଜମ କରନ୍ତୁ। ମହିଳାମାନେ ସତର୍କ ରହିବା ଆବଶ୍ୟକ।

କନ୍ୟା : ଅର୍ଥଲାଭ ସଂଗେ ବନ୍ଧୁ ସହଯୋଗ ପାଇ ଉପକୃତ ହେବେ। ମାନସିକ ଚିନ୍ତାରେ ମୁକ୍ତି ପାଇପାରିବେ। ବ୍ୟବସାୟ କ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଖୁସି ହେବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମହିଳାମାନେ ଛାତ୍ର ଚିନ୍ତାରେ ଖୁବ୍ ଚିନ୍ତିତ ରହିବେ।

ତୁଳା : ହଠାତ୍ କୌଣସି କ୍ଷେତ୍ରରେ ଅପଯଶ ପାଇପାରନ୍ତି। ଚୋରୀ ଭୟ ଅଛି। ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ କ୍ଷତିର ସୂଚନା ମିଳୁଛି।

ବିଛା : କୌଣସି ଆର୍ଥିକ ଲାଭରେ ଖୁସି ହେବେ। ବ୍ୟବସାୟ କ୍ଷେତ୍ରରେ ଲାଭ ପାଇବେ। ବନ୍ଧୁ ସହଯୋଗ ପାଇବେ। ମହିଳାମାନେ ପତି ଯତ୍ନ ନେବେ।

ଧନୁ : ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଯିବ। କୌଣସି କ୍ଷେତ୍ରରୁ ତାଡ଼ନା ଶୁଣିପାରନ୍ତି। ମାନସିକ ଦୁଃଶ୍ଚିନ୍ତାରେ ବିବ୍ରତ ହେବେ। ମହିଳାମାନେ ଧର୍ମକାର୍ଯ୍ୟ ପ୍ରତି ମନବଳାଇବେ।

ମକର : ଶାରୀରିକ ଅସୁସ୍ଥତା ପ୍ରତି ଯତ୍ନବାନ୍ ହେବେ। ଆର୍ଥିକ ପରିସ୍ଥିତି ଜଟିଳ ହେବ। ସମ୍ମାନ ହାନିର ସୂଚନା ମିଳୁଛି। କର୍ମକ୍ଷେତ୍ର ଓ ମାଲିମୋକଦ୍ଦମାରେ ବିଜୟୀ ହେବେ।

କୁମ୍ଭ : ସୁଯୋଗ ଆସୁ ଆସୁ ବ୍ୟର୍ଥ ହୋଇପାରେ। ବନ୍ଧୁ ମତାନ୍ତର ଘଟିବାର ଆଶଙ୍କା ଅଛି। କୌଣସି କ୍ଷେତ୍ରରେ ଆର୍ଥିକ ବ୍ୟୟ ହୋଇପାରେ।

ମୀନ : ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ମାନସିକ ସ୍ତରରେ ଆନନ୍ଦିତ ହେବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ବହନ କରିବେ। ପଦୋନ୍ନତି ହୋଇପାରେ। ବାକି ବକେୟା ପାଇବା ସୁବିଧା ହୋଇଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking