18.1 C
Bhubaneswar
Thursday, November 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : କୌଣସି ଏକ ସମସ୍ୟାକୁ ନେଇ କର୍ମକ୍ଷେତ୍ରରେ ମାନସିକ ଦୁଃଶ୍ଚିନ୍ତା ବଢ଼ିଯିବ। ନୀଚ ବ୍ୟକ୍ତିଙ୍କ ଠାରୁ ଅପମାନିତ ହୋଇପାରନ୍ତି। ବ୍ୟବସାୟରେ କ୍ଷତି ପରିମାଣ ବଢ଼ିବ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ଅସୁବିଧା ଭୋଗିବେ।

ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଅନେକ ଶୁଭ ଖବର ଆସିବ। ଗୁରୁଜନମାନଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ର ତଥା ବ୍ୟବସାୟରେ ଅସୁବିଧା ଓ ଅସହଯୋଗ ପାଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀମାନେ କାର୍ଯ୍ୟରତ ରହିବେ।

ମିଥୁନ : ଆର୍ଥିକ ଅବସ୍ଥା ଖରାପ ହୋଇପାରେ। ବନ୍ଧୁ ସହ ମତାନ୍ତର ଘଟିପାରେ। କର୍ମକ୍ଷେତ୍ରରେ ସାମାନ୍ୟ ଦୁଃଖ ହେବାର ଯୋଗ ରହିଛି। ପାରିବାରିକ ଅଶାନ୍ତି ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀମାନେ କାର୍ଯ୍ୟରତ ରହିବେ।

କର୍କଟ : ଶରୀର ସୁସ୍ଥ ରହିବ। ପାରିବାରିକ ଅଶାନ୍ତି ଦେଖାଦେବ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ଚାଷ କାର୍ଯ୍ୟରେ ସଫଳତା ପାଇପାରନ୍ତି। କର୍ମକ୍ଷେତ୍ରରେ ସମସ୍ତଙ୍କ ସହଯୋଗ ପାଇବେ। ମହିଳା ଓ ଛାତ୍ରଛାତ୍ରୀମାନେ ଦୂରଯାତ୍ରା କରିପାରନ୍ତି।

ସିଂହ : ପାରିବାରିକ କନ୍ଦଳ ଲାଗିପାରେ। ଭୂସମ୍ପତି କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ସ୍ଥାନାନ୍ତର ହୋଇପାରେ। ବ୍ୟବସାୟରେ ଦ୍ୱନ୍ଦ ଦେଖାଦେବ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ନିନ୍ଦା ପାଇପାରନ୍ତି।

କନ୍ୟା : ବ୍ୟବସାୟରେ ଉନ୍ନତି କରିବେ। ନୂତନ ଅନୁଷ୍ଠାନ ନିର୍ମାଣରେ ଲାଗିପଡ଼ିବେ। ସ୍ୱାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ କୌଣସି ଜଟିଳ କାର୍ଯ୍ୟ ସମାଧାନ କରି ସମସ୍ତଙ୍କର ପ୍ରିୟ ହେବେ। ମହିଳାମାନେ ଉନ୍ନତି କରିବେ।

ତୁଳା : ପାରିବାରିକ ଅଶାନ୍ତି ଦେଖାଦେବ। ଭାତୃବିବାଦ ଦେଖାଦେବ। ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବ୍ୟବସାୟରେ ସାମାନ୍ୟ ଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ସହ କର୍ମୀଙ୍କ ସହ କଳହ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀମାନେ ଦୁଃଖିତ ହେବେ।

ବିଛା : ପାରିବାରିକ ତଥା ଶାରୀରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପ୍ରଶଂସିତ ହେବେ। ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁଙ୍କ ସହଯୋଗରେ ଶତ୍ରୁ ବିଜୟୀ ହେବେ। ମହିଳା ଓ ଛାତ୍ରଛାତ୍ରୀମାନେ ଖୁସିରେ ସମୟ କାଟିବେ।

ଧନୁ : ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପାରିବାରିକ ଅଶାନ୍ତି ଦେଖାଦେବ। ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ବ୍ୟବସାୟରେ ଋଣଗ୍ରସ୍ତ ହୋଇପାରନ୍ତି। ମହିଳାମାନେ ଗୃହ କାର୍ଯ୍ୟରେ ଅଶାନ୍ତିରେ କାଟିବେ। ଛାତ୍ରଛାତ୍ରୀମାନେ ଅଶାନ୍ତିରେ ସମୟ କାଟିବେ।

ମକର : ଆପଣଙ୍କର ସ୍ୱାସ୍ଥ୍ୟ ପକ୍ଷେ ସେତେ ଭଲ ନୁହେଁ କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ। ଆୟ ଓ ବ୍ୟୟ ସମାନ ରହିବ। ପରିବାରରେ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି।

କୁମ୍ଭ : ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ। କର୍ମକ୍ଷେତ୍ର ତଥା ବ୍ୟବସାୟରେ ଉଚ୍ଚ ପ୍ରଶଂସିତ ହେହେବ। ମାନସିକ ଓ ପାରିବାରିକ ଶାନ୍ତି ମିଳିବ। ଆପଣଙ୍କର ବିଦେଶ ଯାତ୍ରା ଯୋଗ ଅଛି।

ମୀନ : ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ନୂତନ ବନ୍ଧୁ ଦର୍ଶନରେ ଆନନ୍ଦ ମିଳିବ। କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟରେ ଲାଭବାନ ହେବ। ମହିଳାମାନେ ପରିବାର ମଧ୍ୟରେ ଖୁସିରେ ସମୟ କାଟିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking